ବିଦ୍ୟୁତ୍‌ କାଟ୍‌କୁ ନେଇ ଅସାମାଜିକଙ୍କ ଗୁଣ୍ଡାଗିରି: ୭ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ବନ୍ଧୁକ ଦେଖାଇ ମାରି ଦେବାକୁ ଧମକ

Advertisment
ବିଦ୍ୟୁତ୍‌ କାଟ୍‌କୁ ନେଇ ଅସାମାଜିକଙ୍କ ଗୁଣ୍ଡାଗିରି: ୭ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ବନ୍ଧୁକ ଦେଖାଇ ମାରି ଦେବାକୁ ଧମକ

ବାଲେଶ୍ବର: ସ୍ଥାନୀୟ ସିଇଡି ଡିଭିଜନ ଫୁଲାଡ଼ି ସେକସନ୍‌ରେ ଆଜି ସନ୍ଧ୍ୟା ସମୟରେ କିଛି ଅସମାଜିକ ଯୁବକମାନେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି। ଏଥିରେ ୭ ଜଣ କର୍ମଚାରୀ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର କର୍ମଚାରୀମାନେ ହେଲେ ସଞ୍ଜୟ କୁମାର ବାରିକ, ମୁନେନ୍ଦ୍ର ଦାସ, ରମାକାନ୍ତ ନାୟକ, ବ୍ରହ୍ମାନନ୍ଦ ସାହୁ, ବିଭୁତିଭୂଷଣ ପଢିଆରୀ, ପ୍ରହ୍ଲାଦ ତରେଇ, ରବୀନ୍ଦ୍ର ଦଳେଇ। ବିଦ୍ୟୁତ୍‌ କାଟ୍‌କୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ଫୁଲାଡ଼ି ଷ୍ଟ୍ରକ୍‌ଚରରେ ଧୂଆଁ ବାହାରିବାରୁ ବିଦ୍ୟୁତ୍‌ କଟାଯାଇ କର୍ମଚାରୀମାନେ କାମ କରୁଥିଲେ। ପାଖାପାଖି ୧୭ ମିନିଟ୍ ଧରି ବିଦ୍ୟୁତ୍‌ କଟାଯାଇଥିଲା। ଏହାରି ଭିତରେ ଗାଡ଼ିରେ କିଛି ଅସାମାଜିକ ଲୋକ ଆସି ବିଦ୍ୟୁତ୍‌ କାହିଁକି କଟା ଯାଇଛି କହି ଗାଳିଗୁଲଜ ଆରମ୍ଭ କରିଥିଲେ। ପରେ ସାଙ୍ଗରେ ଆଣିଥିବା ବନ୍ଧୁକ, ରଡ୍‌, ‌ଢେଙ୍ଗା ଆଦି ମାରାଣାସ୍ତ୍ରରେ କିଛି କହିବା ପୂର୍ବରୁ କର୍ମଚାରୀମାନଙ୍କୁ ପିଟିବାକୁ ଆରମ୍ଭ କରିଥିଲେ। କିଛି ସମୟ ଧରି ନିର୍ଧୁମ୍‌ ପିଟିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇ ଚାଲିଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର କର୍ମଚାରୀମାନେ ଅନ୍ୟ କର୍ମଚାରୀଙ୍କୁ ଫୋନ୍‌ କରିଥିଲେ। ପରେ ଅନ୍ୟ ବିଦ୍ୟୁତ୍‌ କର୍ମଚାରୀମାନେ ସେଠାରେ ପହଞ୍ଚି ଗୁରୁତର କର୍ମଚାରୀଙ୍କୁ ଡାକ୍ତରଖାନାକୁ ନେଇଥିଲେ।

ଏହି ଅସାମାଜିକ ଲୋକ କଣ୍ଟାବଣିଆ ଓ ଦହପଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ଖବର ପାଇ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜେଇ, ଏସ୍‌ସି, ଏସ୍‌ଡିଓ ପହଞ୍ଚିଥିଲେ। ଏ ନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe