ଓଡ଼ିଶାରୁ ଦିଲ୍ଲୀକୁ ଚୋରାଚାଲାଣ ହେଉଥିବା ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ

Advertisment

୨ ଜଣ ଗିରଫ, ଓଡ଼ିଶା ପୁଲିସ ପାଖେ ଖବର ନାହିଁ

୨ ଜଣ ଗିରଫ, ଓଡ଼ିଶା ପୁଲିସ ପାଖେ ଖବର ନାହିଁ

ଓଡ଼ିଶାରୁ ଦିଲ୍ଲୀକୁ ଚୋରାଚାଲାଣ ହେଉଥିବା ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ

ନୂଆପଡ଼ା: ମଙ୍ଗଳବାର ଛତିଶଗଡ଼ ପୁଲିସ ନୂଆପଡ଼ା ସୀମାନ୍ତର ୨ଟି ସ୍ଥାନରେ ଚଢ଼ଉ କରି ୭ କ୍ବିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଛି। ଏହାର ବଜାର ମୂଲ୍ୟ ୧‌କୋଟି ୫୦ ଲକ୍ଷ ହେବ। ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ସୀମାନ୍ତ ମହାସମୁନ୍ଦ ଜିଲ୍ଲା କୋମାଖାନ ପୁଲିସ ଓଡ଼ିଶାରୁ ଗଞ୍ଜେଇ ଆସୁଥିବା କୌଣସି ସୂତ୍ରରୁ ଖବର ପାଇଥିଲା। ଟେମେରୀ ଚେକ୍ ପୋଷ୍ଟରେ ଖରିଆର ରୋଡ୍‌ ପାର୍ଶ୍ବରୁ ଆସୁଥିବା ଏକ ଗାଡ଼ିକୁ (ଏଚ୍‌ଆର୭୪ଏ-୬୫୬୦) ଯାଞ୍ଚ୍‌ କରିଥିଲା। ଏହି ଗାଡ଼ିରେ ୭ କ୍ବିଣ୍ଟାଲ ଗଞ୍ଜେଇ (ବସ୍ତା ମଧ୍ୟରେ) ଥିବା ଜାଣିବାକୁ ପାଇଥିଲେ। ଗାଡ଼ି ସହ ୨ଜଣ ହରିଆନା ରାଜ୍ୟର ରିଜବାନ ସକ୍କା (୨୦) ଏବଂ ନିଜକତ ସକ୍କା (୨୮)ଙ୍କୁ ଅଟକ ରଖାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୧କୋଟି ୪୦ ଲକ୍ଷ ହେବ।

ସେହିପରି ଓଡ଼ିଶାରୁ ଛତିଶଗଡ଼ ଦେଇ ମଧ୍ୟପ୍ରଦେଶ ଯାଉଥିବା ଏକ ବିଏମ୍‌ଡବ୍ଳୁ (ଡବ୍ଲୁବି୦୬ଏଫ-୧୭୭) କୁ ଛତିଶଗଡ଼ ସିଙ୍ଗଡ଼ା ପୁଲିସ ଗନିଆରୀପାଳି ଶ୍ୟାମ ଢାବା ପାଖରେ ଯାଞ୍ଚ୍‌ କରିଥିଲା। ଏହି କାର୍‌ରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ମଧ୍ୟପ୍ରଦେଶ ଜବଲପୁର ନିବାସୀ ଶିବନାରାୟଣ ଯାଦବ (୨୬) ଓ ଆକାଶ ମହଲେ (୨୯) କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଓଡ଼ିଶାରୁ ବିଭିନ୍ନ ଥାନା ନେଇ ଛତିଶଗଡ଼କୁ ଗଞ୍ଜେଇ ପାର୍‌ ହେଉଛି। କିନ୍ତୁ ସୀମାନ୍ତ ପୁଲିସ ଏହି ଚାଲାଣ ରୋକିବାରେ ବିଫଳ ହେଉଛି। ଅନ୍ୟପଟେ ଛତିଶଗଡ଼ ପୁଲିସ ସୀମାନ୍ତରେ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ଓଡ଼ିଶା ପୁଲିସ ଅଗୋଚର ଏହା ହେଉଛି ନା ସବୁ ସଲାସୁତରାରେ ଚାଲିଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe