ରାସ୍ତାକଡରୁ ମୂକ ଓ ବଧିର ଝିଅ ଉଦ୍ଧାର, ସିଡବ୍ଲ୍ୟୁସିକୁ ହସ୍ତାନ୍ତର 

ରାସ୍ତାକଡରୁ ମୂକ ଓ ବଧିର ଝିଅ ଉଦ୍ଧାର, ସିଡବ୍ଲ୍ୟୁସିକୁ ହସ୍ତାନ୍ତର 

ଉମରକୋଟ: ଉମରକୋଟ ସହର ଠାରୁ ମାତ୍ର ୨ କିଲୋ ମିଟର ଦୂରରେ ଥିବା ଦର୍ଗାଗୁଡା ଗ୍ରାମର ରାସ୍ତାପାର୍ଶ୍ବରେ ଦିନ ପ୍ରାୟ ୨ରେ ୭ ବର୍ଷର ଝିଅଟି ଉଲଗ୍ନ ଅବସ୍ଥାରେ କାନ୍ଦୁଥିଲା। ଏହି ସମୟରେ ଦର୍ଗ।ଗୁଡ଼। ଗ୍ରାମ ନିକଟସ୍ଥ ଡ଼।ବ୍ରୀଗୁଡା ଗ୍ରାମର ଅଙ୍ଗନୱାଡ଼ି ଦିଦି ସରସ୍ଵତୀ ନାୟକ ନିଜ କାର୍ଯ୍ୟ ସାରି ଉମରକୋଟ ଫେରୁଥିଲେ। ଝିଅର କ୍ରନ୍ଦନ ଶବ୍ଦ ଶୁଣି ଅଟକି ଥିଲେ। କିନ୍ତୁ ଝିଅଟି ମୁକ ଓ ବଧିର ବୋଲି ଜାଣି ପାରି ଉମରକୋଟ ସହରର ସମାଜସେବୀ ଲଳିତ ସେଠୀଙ୍କୁ ମୋବାଇଲ ଯୋଗେ ଶୁଣାଇଥିଲେ।

ଖବର ପାଇଁ ଲଳିତ ତୁରନ୍ତ ନିଜ ଘରର କିଛି ପୋଷାକ ଧରି ଭୀଷଣ ବର୍ଷ। ହେଉଥିବା ସତ୍ତ୍ବ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଫୋନ କରିଥିଲେ। ପୁଲିସ ଓ ଆମ୍ବୁଲାନ୍ସ ପହଂଚି ଝିଅକୁ ଉମରକୋଟ ହସ୍ପିଟାଲ୍କୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି। ଆଜି ଉମରକୋଟ ପୁଲିସ ନବରଙ୍ଗପୁର ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି। ଯଦି କେହି ଏହି ଝିଅର ଠିକଣା ପାନ୍ଥି ତେବେ ଉମରକୋଟ ଥାନାକୁ ଜଣେଇବା ପାଇଁ ଉମରକୋଟ ଥାନା ଅତିରିକ୍ତ ଆଇଆଇସି ଲିମା ରାଜ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe