ସ୍ବାଭିମାନ ଅଂଚଳରେ ୭୦ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି: ମୁଖ୍ୟ ସଚିବ

ସେତୁ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ସ୍ବାଭିମାନ ଅଂଚଳରେ ୭୦ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି: ମୁଖ୍ୟ ସଚିବ

ମାଲକାନଗିରି/ଚିତ୍ରକୋଣ୍ଡା: ସ୍ବାଭିମାନ ଅଂଚଳର ଚାଷୀଙ୍କ ପାଇଁ ଉଠାଜଳସେନ ମାଧ୍ୟମରେ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ସ୍ବାଭିମାନ ଅଂଚଳରେ ୭୦ଟି ଉଠାଜଳସେଚନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମେଗା ବୋରୱେଲ ମଧ୍ୟ ଖୋଳାଯିବା ନେଇ ଆଲୋଚନା ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଏହା କହିଛନ୍ତି। ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ,  ସ୍ବାଭିମାନ ଅଂଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଠାରେ ୧୧ କେଭି ବିଦ୍ୟୁତ ସେବା ଖୁବଶୀଘ୍ର ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଭିମାନ ଅଂଚଳ ପାଇଁ ସେତୁ ଯୋଜନାରେ ଯେଉଁସବୁ ସ୍କିମଗୁଡିକ ଘୋଷଣା କରିଥିଲେ, ସେସବୁ ଯେପରି ଠିକ ରୂପେ କାର୍ଯ୍ୟକାରୀ ହେବ ସେନେଇ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିବା କହିଥିଲେ।

publive-image

ମତ୍ସଜୀବୀମାନଙ୍କୁ କିପରି ଆତ୍ମନିର୍ଭରଶୀଳ କରାଯିବ ସେନେଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ସେମାନଙ୍କୁ ମାଛ ଧରିବା ପାଇଁ ଜାଲ ଓ ବୋଟ ଯୋଗାଇ ଦିଆଯାଇଥିବା କୁହାୟାଇଛି। ସ୍ବାଭିମାନ ଅଂଚଳର ଲୋକଙ୍କର ଜୀବନଜୀବିକାର ଉନ୍ନତି ହେବ ସେନେଇ ସମସ୍ତ ସୁବିଧା ଆଗକୁ କରାଯିବ। ସେତୁ ଯୋଜନାରେ ୨୦୦ରୁ ଊର୍ଦ୍ଧ୍ବ କୋଟି ଟଂକା ଖର୍ଚ୍ଚ କରାଯାଉଥିବା ବେଳେ ଆଗକୁ ଆହୁରି ଟଂକା ବିନିଯୋଗ କରାଯିବ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ବଡପଡାଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମେଡିକାଲକୁ ପରିଦର୍ଶନ କରିଥିଲେ। ଏଠାରେ ଲୋକଙ୍କର ସ୍ବାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦିଆଯିବା ସହ ସେମାନେ ଯେପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବେ ସେନେଇ ସମସ୍ତ ପ୍ରକାର ସୁବିଧା ସରକାର କରିବେ।

ପାଇପ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ ଦୁଇଟି ପଞ୍ଚାୟତରେ ବର୍ତ୍ତମାନ ଚାଲିଛି। ଆଗାମୀ ଦିନରେ ସମସ୍ତ ପଞ୍ଚାୟତରେ ଏଭଳି ବ୍ୟବସ୍ଥା କରାଯିବ।ଶ୍ରୀ ମହାପାତ୍ର ଲଞ୍ଚ ସାହାଯ୍ୟରେ ହନ୍ତାଳଗୁଡା ଗସ୍ତ କରି ସେଠାରେ ଗ୍ରାମବାସୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ।ଗ୍ରାମବାସୀ ନିଜର ପାରଂପାରିକ ନୃତ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ବାଗତ କରିଥିଲେ।ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ମାଲକାନଗିରି ଜିଲ୍ଲା ପାଇଁ ଆହୁରି ବିକାଶ ଆଣିଦେବ ବୋଲି ଆଲୋଚନା ଜୋର ଧରିଛି। ଅର୍ଦ୍ଧନିର୍ମିତ କାମଗୁଡିକ ଏଥର ତୁରନ୍ତ ସମାପ୍ତ ହେବ ବୋଲି କୁହାଯାଇଛି।ସ୍ବାଭିମାନ ଅଂଚଳ ଗସ୍ତ ବେଳେ ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଏସପି ନିତିଶ ଵାଧଵାନି,ପିଡି,ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe