କଟକରୁ ମୋଟ ୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକରୁ ମୋଟ ୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୧୫୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେ‌ଳେ କଟକ ସହରରୁ ମୋଟ ୭୧ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚିହ୍ନଟ ୭୧ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୩୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୭ ଜଣ ଓ ଗୃହ ସଂଗରୋଧରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଯାବତ କଟକରେ ୧୪,୧୦୨ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୩,୧୪୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଏହି ମହାମାରୀରେ ୬୩ଜଣଙ୍କ ମୃତ୍ୟୁ ହୋଇଥିବା ବେ‌ଳେ ଏବେ ବି ୮୯୫ ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe