ବାଲେଶ୍ବର : ଆଜି ରେମୁଣା ନିର୍ବାଚନ ମଣ୍ଡଳୀର ସରସ୍ୱତୀପୁର ପଂଚାୟତ ଅନ୍ତର୍ଗତ ବାମପଦାସ୍ଥିତ କୁଷ୍ଠାଶ୍ରମରେ ୭୨ଜଣ ବୃଦ୍ଧବୃଦ୍ଧାଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯାଇଛି। କୁଷ୍ଠାଶ୍ରମର ଲୋକ ଯେହେତୁ ଟିକାକରଣ ପାଇଁ କେଉଁଠିକୁ ଯାଇପାରିବେ ନାହିଁ ତେଣୁ ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଓ ଜିଲ୍ଲା ପରିଷଦ ସଭ୍ୟ ବିପିନ ମାରାଣ୍ଡିଙ୍କ ଅନୁରୋଧ କ୍ରମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁମତି ପ୍ରଦାନ କରିଥିଲେ। ଆଜି ଏକ ଟିମ ଆସି କୁଷ୍ଠାଶ୍ରମ ଠାରେ ଟିକାକାକରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଜେ ପୂର୍ବତନ ବିଧାୟକ ଶ୍ରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାରାଣ୍ଡି, ଗଣେଶ ନାୟକ, ରବୀନ୍ଦ୍ର ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
କୁଷ୍ଠାଶ୍ରମର ୭୨ ଅନ୍ତେବାସୀଙ୍କୁ ଦିଆଗଲା ଟିକା
Advertisment
Follow Us