ସୁସ୍ଥ ହେଲେ ରାଜ୍ୟର ୭୨୭ କରୋନା ଆକ୍ରାନ୍ତ

Advertisment
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ, ୭୫ ଜଣ ଶିଶୁ ଓ କିଶୋର ସଂକ୍ରମିତ

coe.int

ଭୁବନେଶ୍ବର : ଓଡ଼ିଶାରେ ୭୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ ୯୯୭୭୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୦୩ ଜଣ ବାଲେଶ୍ବରରୁ ୪୫ ଜଣ, ଯାଜପୁରରୁ ୩୩ ଜଣ, ପୁରୀରୁ ୨୬, ଢେଙ୍କାନାଳରୁ ୨୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁର ଓ ମୟୁରଭଞ୍ଜରୁ ୨୦ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୯, ଅନୁଗୁଳରୁ ୧୬ ଜଣ, ସମ୍ବଲପୁରରୁ ୧୬ ତଥା ଭଦ୍ରକ ଓ ନୟାଗଡ଼ରୁ ୧୪ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି । ଦେବଗଡ଼ରୁ ୧୦, କେନ୍ଦୁଝରରୁ ୬, ବରଗଡ଼ରୁ ୫,କନ୍ଧମାଳ ଓ କୋରାପୁଟରୁ ୪ ଲେଖାଏଁ, ଗଞ୍ଜାମ ଓ ମାଲକାନଗିରିରୁ ୩ ଲେଖାଏଁ, ବୌଦ୍ଧ ଓ ଝାରସୁଗୁଡ଼ାରୁ ୨ ଲେଖାଏଁ, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ ପୁଲରୁ ୫୭ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe