୭୪ ଦାଦନ ଶ୍ରମିକ ଉଦ୍ଧାର; ସର୍ଦ୍ଦାର ଫେରାର

Advertisment
ଇ-ଶ୍ରମ ପୋର୍ଟାଲ୍‌ ପଞ୍ଜୀକରଣରେ ଓଡ଼ିଶା ଶୀର୍ଷରେ

The News Insight ସାଙ୍କେତିକ ଫଟୋ

କଣ୍ଟାବାଞ୍ଜି: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ୭୪ଜଣ ଦାଦନ ଶ୍ରମିକଙ୍କୁ ବୁଧବାର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର କରାଯାଇଥିବା ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ସର୍ଦ୍ଦାର ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ, ଉଦ୍ଧାର ଦାଦନ ଶ୍ରମିକମାନଙ୍କ ମଧ୍ୟରେ ୪୨ ଜଣ ପୁରୁଷ, ୩୨ ମହିଳା ରହିଛନ୍ତି। ଏହା ଛଡ଼ା ସେମାନଙ୍କ ସହ ୧୩ ଜଣ ଶିଶୁ ଥିବା ବି ଜଣାପଡ଼ିଛି। ଏହି ଶ୍ରମିକମାନେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଏବଂ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଞ୍ଚଳର ବୋଲି ଜଣାପଡ଼ିଛି।

ଶ୍ରମିକମାନେ ଦାଦନ ସର୍ଦ୍ଦାର ଠାରୁ ମୁଣ୍ଡପିଛା ୩୦ ହଜାର ଟଙ୍କା ଲେଖାଏଁ ଅଗ୍ରିମ ନେଇଥିଲେ। ଏମାନଙ୍କୁ ବିଶାଖାପାଟଣାକୁ ଟ୍ରେନ ଯୋଗେ ଚାଲାଣ କରାଯାଉଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା। ଦାଦନ ଶ୍ରମିକମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୁଲିସ ଜାଣିବାକୁ ପାଇଥିଲା। କଣ୍ଟାବାଞ୍ଜି ତହସିଲଦାର ଅଶୋକ ମାଝି ଉଦ୍ଧାର ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠେଇବାର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe