ଗୋଷ୍ଠୀ ସଂକ୍ରମଣ ଅଭିମୁଖେ ରାୟଗଡ଼ା: ବିଜୟପୁରର ୭୪ ସମେତ ମୋଟ ୭୬ ଚିହ୍ନଟ

କରୋନା ହଟସ୍ପଟ ହେଲା ଗୁଣପୁରର ବିଜୟପୁର ଗାଁ, ବାରିକ, କାର୍ପେଣ୍ଟର୍ ସାଜିବେ ସୁପର ସ୍ପ୍ରେଡର୍

ଗୋଷ୍ଠୀ ସଂକ୍ରମଣ ଅଭିମୁଖେ ରାୟଗଡ଼ା: ବିଜୟପୁରର ୭୪ ସମେତ ମୋଟ ୭୬ ଚିହ୍ନଟ

ରାୟଗଡ଼ା: ଗୋଷ୍ଠୀ ସଂକ୍ରମଣ ଅଭିମୁଖେ ରାୟଗଡ଼ା। ଜିଲ୍ଲାରେ ସଙ୍ଗୀନ୍ ହେବାରେ ଲାଗିଛି କରୋନା ସ୍ଥିତି। ଦିନକରେ ୭୬ ଆକ୍ରାନ୍ତ ଚିହ୍ନଟ ପରେ କରୋନା ହଟସ୍ପଟ ହୋଇଛି ଗୁଣପୁର ଉପଖଣ୍ଡ ସିରିଝୋଲି ପଞ୍ଚାୟତର ବିଜୟପୁର ଗାଁ। ୭୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବିଜୟପୁର ଗାଁରୁ ୭୪ ଆକ୍ରାନ୍ତ ରହିଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସମେତ ବାରିକ (ଭଣ୍ଡାରୀ) ଓ କାର୍ପେଣ୍ଟର୍ ସାଜିଛନ୍ତି ସୁପର ସ୍ପ୍ରେଡର୍। ଯାହା ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ୨ ଆକ୍ରାନ୍ତ ଗୁଣପୁର ଓ ରାୟଗଡ଼ା ପୌର ପରିଷଦରୁ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଗୁଣପୁର କୋଭିଡ଼୍ କେୟାର ସେଣ୍ଟର୍ ଓ ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

୩ ସୁପର ସ୍ପ୍ରେଡରଙ୍କ ଜରିଆରେ ବିଜୟପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୯୦ରେ ପହଞ୍ଚିଛି। ପୂର୍ବ ୩ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଜୁନ୍ ୨୭ ତାରିଖରେ ବିଜୟପୁରରୁ ୧୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। କଣ୍ଟାକ୍ଟ ଟ୍ରେସିଂ ପରେ ୧୩ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଗାଁର ୨୬୦ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା।

ରିପୋର୍ଟ ଆସିବା ପରେ ଆଜି ଆଉ ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୩୯ ଜଣ ପୁରୁଷ ଓ ୪୫ ମହିଳା ରହିଛନ୍ତି। ୯ ଜଣ ୬୦ ବର୍ଷରୁ ଉର୍ଧ୍ବ ଏବଂ ୪ ଜଣ ୧୦ ବର୍ଷରୁ କମ ବୟସର ଆକ୍ରାନ୍ତ ଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ସିରିଝୋଲି ପଞ୍ଚାୟତର ଜଣେ ଭଣ୍ଡାରି ରହିଛନ୍ତି। ଯିଏ ପଞ୍ଚାୟତରେ ବୁଲି ଲୋକଙ୍କ ଚୁଟି, ଦାଢ଼ି କାଟିବା ସହ ଶୁଦ୍ଧିକ୍ରିୟାରେ ଯୋଗ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe