ତେଲଙ୍ଗାନା ଓ ଆନ୍ଧ୍ରରୁ ନବରଙ୍ଗପୁର ଫେରିଲେ ୭୯, ପ୍ରଥମ ଦିନର ୪୦ ଫେରନ୍ତା ମଧ୍ୟରୁ ୫ ପଜିଟିଭ୍

Advertisment
ତେଲଙ୍ଗାନା ଓ ଆନ୍ଧ୍ରରୁ ନବରଙ୍ଗପୁର ଫେରିଲେ ୭୯, ପ୍ରଥମ ଦିନର ୪୦ ଫେରନ୍ତା ମଧ୍ୟରୁ ୫ ପଜିଟିଭ୍

Sambad

ନବରଙ୍ଗପୁର: ସୀମାନ୍ତ ମାଲକାନାଗିରୀ ଓ କୋରାପୁଟ ଜିଲ୍ଲା ଦେଇ ନବରଙ୍ଗପୁରକୁ ଫେରୁଛନ୍ତି ପ୍ରବାସୀ ଓଡିଆ। ଗତ ୫ ତାରିଖ ଦିନ ତେଲଙ୍ଗାନାରୁ ୪୮ ଜଣ ଫେରିଥିବା ବେଳେ ଗତକାଲି ଫେରିଛନ୍ତି ୩୧ ଜଣ। ଗତ ୫ରେ ଫେରିଥିବାଙ୍କ ମଧ୍ୟରୁ ହାଇଦ୍ରାବାଦରୁ ଫେରିଥିବା ୪୦ ଜଣଙ୍କୁ ମୋଡେଲ ଡିଗ୍ରୀ କଲେଜ ସ୍ଥିତ ଟିଏମ୍ସି‌ରେ ରଖାଯାଇଥିଲା। ସେମାନେ ହାଇଦ୍ରାବାଦରେ ଇଟାଭାଟିରେ ଓ ପ୍ଲାମ୍ବର କାମ କରୁଥିଲେ। ଗତ କାଲି ସମସ୍ତଙ୍କ କରୋନା ପରୀକ୍ଷଣ କରିବା ସମୟରେ ୪୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ୫ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି। ପଜିଟିଭ୍ ଆକ୍ରାନ୍ତଙ୍କୁ ସ୍ଥାନୀୟ କୋଭିଡ କେୟାର କେନ୍ଦ୍ରକୁ ସ୍ଥାନାନ୍ତର କରଯାଇଥିବା ବେଳେ ଅନ୍ୟ ମାନେ ଉକ୍ତ ଟିଏମ୍ସି‌ରେ ହିଁ ରହିଛନ୍ତି। ଗତ କାଲି ମୋଟ ୩୧ ଜଣ ଫେରିଥିବା ବେଳେ ସେଥି ମଧ୍ୟରୁ ଗତ କାଲି ମଧ୍ୟ ରାତିରେ ୨୪ ଜଣ ପ୍ରବାସୀ ଏକ ସ୍ବତନ୍ତ୍ର ଗାଡିରେ ତେଲଙ୍ଗାନାରୁ ଫେରିଛନ୍ତି।

publive-image Sambad

ଗତକାଲି ଫେରିଥିବା ସମସ୍ତ ପ୍ରବାସୀଙ୍କୁ ପୂଜାରୀଗୁଡା ଓ ବଡମସିଗାଁ ଟିଏମ୍‌ସିରେ ରଖାଯାଇଛି। ଜିଲ୍ଲାପ୍ରଶାସନ ଓ ପୁଲିସ ବିଭାଗ କୋରାପୁଟ ଓ ନବରଙ୍ଗପୁର ସୀମାନ୍ତ ଇନ୍ଦ୍ରାବତୀ ନଦୀ ନିକଟରେ ଚେକପୋଷ୍ଟ ତିଆରି କରି ସେମାନଙ୍କ ସମ୍ପୂର୍ଣ ବିବରଣୀ ରଖାଯିବା ପରେ ଟିଏମ୍‌ସି ଗୁଡିକ ସ୍ଥାନାନ୍ତର କରାଯାଉଛି ଗତ ବର୍ଷ କୋଭିଡ ସମୟରେ ୧୫ ହଜାରରୁ ଉର୍ଦ୍ଧ ପ୍ରବାସୀ ନବରଙ୍ଗପୁର ଜିଲ୍ଲାକୁ ଫେରିଥିଲେ। ବର୍ତମାନ ଅନ୍ୟ ରାଜ୍ୟ ଗୁଡିକର କଳକାରଖାନା ଗୁଡିକ ଖୋଲା ରହିଥିବାରୁ ପ୍ରାୟ ୫ ହଜାର ମଧ୍ୟରେ ପ୍ରବାସୀ ନବରଙ୍ଗପୁର ଜିଲ୍ଲାକୁ ଫେରିପାରନ୍ତି ବୋଲି ଜିଲ୍ଲା ଶ୍ରମବିଭାଗ ଆଶା ରଖିଛି। ଏବେ ନବରଙ୍ଗପୁର ଜିଲ୍ଲା ରେଡ ଜୋନରେ ରହିଥିବା ବେଳେ ତେଲଙ୍ଗାନା ଓ ଆନ୍ଧ୍ର ଫେରନ୍ତା ପ୍ରବାସୀ ମାନଙ୍କ ମଧ୍ୟରେ ଯଦି କରୋନାର ନୂଆ ଷ୍ଟ୍ରେନ ଦେଖାଦେବ ତାହେଲେ ପ୍ରଶାସନ କିଭଳି ମୁକାବିଲା କରିବ ତାହା ଦେଖିବାର ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe