ସାଇବର ଅପରାଧୀଙ୍କ ଟାର୍ଗେଟରେ ସରକାରୀ ଚାକିରିଆ, ୟୁନୋ ଅପଡେଟ୍‌ ଆଳରେ ଠକିନେଲେ ୮.୮୪ ଲକ୍ଷ

Advertisment
ହାଇଦ୍ରାବାଦ ପୁଲିସ ଧରିଲା ୯୦୩ କୋଟିର ଚୀନା ନିବେଶ ଜାଲିଆତି, ୧୦ ଗିରଫ

Daily Express

ରାଉରକେଲା: ଦିନକୁ ଦିନ ବଢ଼ି ଚାଲିଛି ସାଇବର ଅପରାଧ। ଟାର୍ଗେଟରେ ସରକାରୀ ଚାକିରିଆ, ବ୍ୟବସାୟୀ ଓ ଅବସରପ୍ରାପ୍ତ କର୍ମଚାରୀ। ବିଭିନ୍ନ ଆଳ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କେତେବେଳେ କୌନ୍‌ ବନେଗା କରୋଡପତି, ଭାଗ୍ୟଶାଳୀ ବିଜେପିତା ହେବା ଏଟିଏମ୍‌ ଓ ବ୍ୟାଙ୍କ ଖାତା ଅପ୍‌ଡେଟ୍‌ ନାଁରେ ଲୋଙ୍କଠୁ ଲୁଟୁଛନ୍ତି। ଟେର୍‌ ପାଉନି ପୁଲିସ। ଗତ ଦୁଇ ଦିନ ତଳେ ରାଉରକେଲା ସାଇବର ପୁଲିସ ଦୁଇଜଣ ସାଇବର ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାକୁ ମାତ୍ର ୨୪ ଘଣ୍ଟା ନ ପୁରୁଣୁ ସାଇବର ଠକରେ ଶିକାର ହୋଇଛନ୍ତି ଜଣେ ସରକାରୀ ଚାକିରିଆ।

ୟୁନୋ ଅପଡେଟ୍‌ ଆଳରେ ତିନିଟି ପର୍ଯ୍ୟାୟରେ ଠକି ନେଇଛନ୍ତି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୮ଲକ୍ଷ ୮୪ ହଜାର ୯୯୯ ଟଙ୍କା। ସରକାରୀ କର୍ମଚାରୀ ଜଣକ ଏ ସଂକ୍ରାନ୍ତରେ ସାଇବର ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ରାଉରକେଲା ସହରରେ ରହୁଥିବା ଜଣେ ସରକାରୀ କର୍ମଚାରୀ ରହନ୍ତି। ଗତକାଲି ତାଙ୍କ ମୋବାଇଲକୁ ୟୁନୋ ଅପ୍‌ଡେଟ୍‌ କରିବାକୁ ଏକ ଲିଙ୍କ୍‌ ଆସିଥିଲା। ଡିଜାବୁଲ୍‌ ହୋଇଥିବାରୁ ଏନାବୁଲ୍‌ କରିବାକୁ ମେସେଜ୍‌‌ରେ ଲେଖାଥିଲା। କର୍ମଚାରୀ ଜଣକ ଦରମା ଆସିଥିବା ଭାବି ୟୁନୋ ଲିଙ୍କ୍‌ ମେସେଜ୍‌କୁ ଅପ୍‌ଡେଟ୍‌ କରିବାକୁ ଡାଉନ୍‌ଲୋଡ୍ କରିଥିଲେ। ଲିଙ୍କ୍‌କୁ ମୋବାଇଲରେ ଡାଉନ୍‌ଲୋଡ କରିବା ମାତ୍ରେ ଲଗ୍‌ଇନ୍‌ ଓ ପାସ୍‌ୱାର୍ଡ ଦେବାକୁ ମେସେଜ୍‌ ଆସିଥିଲା। ଏହାର ପରେ ଇ-ମେଲ୍‌ ଆଇଡି ଦେବାକୁ କହିବାରୁ କର୍ମଚାରୀ ଜଣକ ଇ-ମେଲ୍‌ ଆଇଡି ମଧ୍ୟ ଦେଇଥିଲେ।

ଶେଷରେ ଅପ୍‌ଡେଟ୍‌ କରିବାକୁ ତାଙ୍କ ମୋବାଇଲକୁ ଏକ ଓଟିପି (ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ) ଆସିଥିଲା। କର୍ମଚାରୀ ଜଣକ ପାସ୍‌ୱାର୍ଡ ଦେବାର କିଛି ସମୟ ପରେ ତିନିଟି ପର୍ଯ୍ୟାୟରେ ତାଙ୍କୁ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା। ହଠାତ୍‌ ଏତେ ଟଙ୍କା ଆକାଉଣ୍ଟରୁ ଆକାଉଣ୍ଟରୁ ଗାୟବ ହେବାରୁ କର୍ମଚାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ଅଧିକାରୀ ଜଣକ ଠକାମିର ଶିକାର ହୋଇଥିବା କହିବା ପରେ ସରକାରୀ କର୍ମଚାରୀ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe