ଔଷଧ ଦୋକାନରୁ ୮ ଫୁଟିଆ ଅଜଗର ଉଦ୍ଧାର, ଦୋକାନୀ-ଗ୍ରାହକ ଭୟଭୀତ

ଔଷଧ ଦୋକାନରୁ ୮ ଫୁଟିଆ ଅଜଗର ଉଦ୍ଧାର, ଦୋକାନୀ-ଗ୍ରାହକ ଭୟଭୀତ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ବାଲିମେଳା ଛକ ନିକଟରେ ରହିଥିବା ଏକ ଔଷଧ ଦୋକାନରୁ ୮ ଫୁଟିଆ ଅଜଗର ଉଦ୍ଧାର ହୋଇଛି। ଆଜି ସକାଳେ ଦୋକାନୀ ଦୋକାନ ଖୋଲି ଔଷଧ ବିକ୍ରି କରୁଥିବା ବେଳେ ଦୋକାନ ଭିତରୁ ଏକ ଅଜଗର ସାପ ବାହାରିଥିଲା । ଯାହାଫଳରେ ଦୋକାନୀ ଏବଂ ଗ୍ରାହକ ଅଜଗରକୁ ଦେଖି ଭୟଭୀତ ହୋଇଥିଲେ।

publive-image

ପରେ ସ୍ନେକ ହେଲପଲାଇନର ସଦସ୍ୟ ସତ୍ୟଜିତ ଗୌଡ ଏବଂ ତାଂକ ଟିମ ସେଠାରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଅଜଗରକୁ ବନ ବିଭାଗର ହସ୍ତାନ୍ତର କରାଯାଇଥିଲା। ବନ ବିଭାଗ ଅଜଗରର ସ୍ବାସ୍ଥ୍ୟ ପରିକ୍ଷା କରିବା ପରେ ଜଂଗଲରେ ପୁଣି ଛାଡି ଦେଇଥିଲେ। ତେବେ ଖାଦ୍ୟ ଅନ୍ବେଷଣରେ ଅଜଗର ସହର ମୁହାଁ ହେଉଥିବା ଡିଏଫଓ ପ୍ରଦୀପ ମିରାସେ ପ୍ରକାଶ କରିଛନ୍ତି। ଜଂଗଲରେ ଗଛ କଟାଯାଉଥିବାରୁ ଅଜଗର ବାଧ୍ୟ ହୋଇ ସହର ମୁହାଁ ହେଉଛନ୍ତି। ଜଂଗଲରେ ଏବେ ଖାଦ୍ୟର ଅଭାବ ପରିଲକ୍ଷିତ ହେଉଥିବାରୁ ଅଜଗର ବିଶେଷକରି ସହର ମୁହାଁ ହୁଅନ୍ତି। ଏହା ପୂର୍ବରୁ ଶତାଧିକ ଅଜଗର ମାଲକାନଗିରି ସହର ଭିତରକୁ ପଶଇ କୁକୁଡା ଖାଇବାର ନଜିର ରହିଛି। ତେବେ ଅଜଗର କେବେ ମଧ୍ୟ କୌଣସି ମଣିଷକୁ ଆକ୍ରମଣ କରିବାର ନଜିର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe