୮ ଅପପୁଷ୍ଟି ପୀଡ଼ିତ ଶିଶୁ ଚିହ୍ନଟ

୮ ଅପପୁଷ୍ଟି ପୀଡ଼ିତ ଶିଶୁ ଚିହ୍ନଟ

ICDS

କାଳିଆପାଣି: ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ସ୍ବତନ୍ତ୍ର ଶିଶୁ ସ୍ବାସ୍ଥ୍ୟ ଶିବିରରୁ ୮ ଜଣ ଅପପୁଷ୍ଟି ପୀଡ଼ିତ (ସିଭିଅର ଆକ୍ୟୁଟ୍‌ ମାଲନ୍ୟୁଟ୍ରିସନ) ଶିଶୁ ସମେତ ୪୮ ଜଣ ରୋଗଣା ଦୁର୍ବଳ ଶିଶୁ ଚିହ୍ନଟ ହୋଇଛି। ସାଂଘାତିକ କୁପୋଷଣ ଶିଶୁ(ସାମ୍‌)ମାନଙ୍କ ମଧ୍ୟରୁ ୭ ଜଣ ରାଁ‌ସୋଳ ପଞ୍ଚାୟତର ମହୁଲଖାଲ, ପୁରିଆଝର, କଲରଙ୍ଗି ଓ ବରଗଜୀ ଗାଁରୁ ଚିହ୍ନଟ ହୋଇଛନ୍ତି। ଜଣେ ଶିଶୁ କଅଁସ ବିଟ୍‌ସାହି ମହ୍ଲାର ବସ୍ତିର ବୋଲି ଜଣାପଡ଼ିଛି।

କଅଁସ ଗାଁର ସଂପୃକ୍ତ ଶିଶୁ ୩ ଥର ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ମଧ୍ୟ ଘରକୁ ଫେରିବା ପ‌ରେ ପୁଣି ପୂର୍ବ ଅବସ୍ଥାକୁ ଫେରି ଯାଉଥିବା ନେଇ କହନ୍ତି ଅଙ୍ଗନବାଡ଼ି କର୍ମୀ ରୁକ୍ମଣୀ ଦେହୁରୀ। ଏହି ପରିବାରରେ ଖାଦ୍ୟ ସମସ୍ୟା ଉତ୍କଟ ବୋଲି ଜଣାପଡ଼ିଛି। ସେହିପରି ସିପି(ମସ୍ତିଷ୍କ ସମସ୍ୟା) ଥିବା ୧୫ ଜଣ, ଆଇଡିଡି(ବୌଦ୍ଧିକ ବିକାଶ ବ୍ୟତିକ୍ରମ)ରେ ୧୭ ଜଣ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ଥାଇ ତୃତୀୟ ସ୍ତ‌ରରେ ଉଚ୍ଚତର ଚିକିତ୍ସା ପାଇଁ ୮ ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ରୋଗଣା ଶିଶୁମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଗରିବ ଆଦିବାସୀ ଶ୍ରେଣୀଭୁକ୍ତ। ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସ୍‌କେ) ପକ୍ଷରୁ ସଂପୃକ୍ତ ଶିଶୁମାନଙ୍କୁ ପଞ୍ଜୀକୃତ କରାଯାଇଛି। ସ୍ବତନ୍ତ୍ର ଅଭିଯାନରେ ସେମାନଙ୍କ ପାଇଁ ନିୟମିତ ସ୍ବାସ୍ଥ୍ୟସେବା ଓ ଉଚ୍ଚତର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe