ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ବୋମା; ୮ କିଲୋ ଓଜନର ବୋମା ନିଷ୍କ୍ରିୟ କରାଗଲାା

ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ବୋମା; ୮ କିଲୋ ଓଜନର ବୋମା ନିଷ୍କ୍ରିୟ କରାଗଲାା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ବୋମାକୁ ଉଦ୍ଧାର କରାଯାଇଛି। ଏହି ବୋମାକୁ ଯବାନ ନିଷ୍କ୍ରିୟ କରିଛନ୍ତି। ଜିଲ୍ଲାର ଚେରପାଲ ନିକଟସ୍ଥ ମୋଦିପାରା ନିକଟରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ୮ କିଲୋ ଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।

publive-image Sambad

ତେବେ ସିଆରପିଏଫର ୮୫ ବାଟାଲିୟନର ଯବାନ ଏଠାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ। ଏହି ଘଟଣା ଆଜି ସକାଳେ ଘଟିଛି। ଯବାନ ଏହି ଅଂଚଳକୁ ଘେରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ଯବାନ ଅଳ୍ପକେ ବର୍ତ୍ତିଗଲେ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଅନ୍ୟପଟରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ଆକ୍ରମଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୨ଜଣ ନିହତ ହୋଇଥିବା ଜଣାପଡ଼ିଛି। ଏଥି ସହିତ ୧୦ଜଣ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe