ନଡ଼ିଆ ବୋଝେଇ ଟ୍ରକ୍‌ରେ କୋରାପୁଟରୁ ଛତିଶଗଡ଼କୁ ଚାଲାଣ ହେଉଥିଲା ୮ କୁଇଣ୍ଟାଲ ଗଂଜେଇ

Advertisment
ନଡ଼ିଆ ବୋଝେଇ ଟ୍ରକ୍‌ରେ କୋରାପୁଟରୁ ଛତିଶଗଡ଼କୁ ଚାଲାଣ ହେଉଥିଲା ୮ କୁଇଣ୍ଟାଲ ଗଂଜେଇ

ଜୟପୁର: ରାଜ୍ୟରୁ ବିଭିନ୍ନ ଉପରେ ବାହାରକୁ ବିଭିନ୍ନ ଉପାୟରେ ଗଂଜେଇ ଚୋରା ଚାଲାଣ କରାଯାଉଛି। ସେଥିରୁ କିଛି ଅବକାରୀ ଓ ପୁଲିସ ହାତରେ ଧରାପଡୁଥିବା ‌ବେଳେ ଅନେକ ସମୟରେ ଅଭିଯୁକ୍ତମାନେ ଖସି ଯାଉଛନ୍ତି।  ୨୬ ନମ୍ବର ଜାତୀୟ ରାଜପଥ ଦେଇ ଗଂଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ଉ କରିଛି। ଅବକାରୀ ବିଭାଗର ଟିମ୍‌ ଅତର୍କିତ ଭାବେ ଚଢ଼ଉ କରି ଏକ ନଡ଼ିଆ ବୋଝେଇ ଟ୍ରକ୍‌ରୁ ୮ କୁଇଣ୍ଟାଲ ଗଂଜେଇ ଜବତ କରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ଘାଟିରେ ଗଂଜେଇ ଜବତ ହୋଇଛି।

ରିପୋର୍ଟ ଅନୁସାରେ ଅବକାରୀ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ପଡୋଶୀ ଛତିଶଗଡ଼କୁ ଗଂଜେଇ ଚାଲାଣ କରାଯାଉଛି। ସୂତ୍ର ଅନୁସାରେ ଅବକାରୀ ଟିମ୍‌ ଯୋଜନା ଅନୁସାରେ ଜୟପୁର ଘାଟିରେ ପ୍ରସ୍ତୁତ ଥିଲେ। ଘଟଣାସ୍ଥଳକୁ ଟ୍ରକ୍‌ ପହଞ୍ଚିଲା ପରେ ଅତର୍କିତ ଚଢ଼ଉ କରିଥିଲେ। ଯାଞ୍ଚ ସମୟ‌େ ନଡିଆ ବୋଝେଇ ଟ୍ରକ୍‌ରୁ ବିପୁଳ ଭାବେ ଗଂଜେଇ ଉଦ୍ଧାର ହୋଇଥିଲା। ଜବତ ହୋଇଥିବା ଗଂଜେଇର ଓଜନ ୮ କୁଇଣ୍ଟାଲ ‌ବୋଲି ଅବକାରୀ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe