କୂଅରେ ପଡ଼ି ୮ ବର୍ଷୀୟ ବାଳକର ମୃତ୍ୟୁ

Advertisment
ଅଂଶୁଘାତରେ ମହିଳା ମୃତ

The Statesman

ଭୁବନ: ଜଣେ ଆଠ ବର୍ଷର ବାଳକ କୂଅରେ ପଡ଼ି ମୃତ୍ୟୁ ହୋଇଛି। ମୃତ ବାଳକର ନାଁ ପବିତ୍ର। ଢେଙ୍କାନାଳ ଜିଲ୍ଲାର ଭୂବନ ବିଜ୍ଞାପିତ ଅଂଚଳ ପରିଷଦର ୧୪ ନମ୍ବର ଓ୍ଵାର୍ଡ ମୋଚିଗାଡସାହିର ମହନ ମଲ୍ଲିକଙ୍କ ସାନପୁଅ ପବିତ୍ର ଆଜି ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ଅସାବଧାନତା ଯୋଗୁ ବାଡିପଟ କୂଅରେ ପଡିଯାଇଥିଲା । ସାଥୀମାନେ ତାଙ୍କୁ ନପାଇ ବାରୁ ଘରେ ଜଣାଇଥିଲେ। ସନ୍ଧ୍ୟା ସମୟ ବିଦ୍ୟୁତ ବିଭ୍ରାଟ ଯୋଗୁ ଜଣାପଡିନଥିଲା। ପରେ ବିଦ୍ୟୁତ ଆସିବା ପରେ ଖୋଜାଖୋଜି କରି ପବିତ୍ରକୁ ଛୋଟ କୂଅରେ ବୁଡିଯାଇଥିବା ଦେଖିବାକୁ ମିଳିଥିଲା ତାକୁ ସେଠାରୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe