୮୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଉତ୍ତର ଓଡ଼ିଶା ନିୟନ୍ତ୍ରଣରେ ଧଳାଜହର କାରବାର

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଏସ୍‌ଟିଏଫ୍ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ଏସ୍‌.କେ ନାସିକ ବୋଲି ଜଣାପଡ଼ିଛି। ତେବେ କେବେ ଠାରୁ ନାସିକ ଏହି କାରବାରରେ ଲିପ୍ତ ଥିଲେ ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା। ଏହି ବ୍ରାଉନ୍‌ସୁଗାର ଚେନ୍‌ କେତେ ଆଡେ ଲମ୍ବିଛି ସେ ନେଇ ତଦନ୍ତ ଚଳାଇଛି ଏସ୍‌ଟିଏଫ୍‌।

ସୂଚନାଯୋଗ୍ୟ, ଗୁରୁବାର ସକାଳୁ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍‌ ଜଳେଶ୍ୱରରେ ଚଢାଉ କରିଥିଲା। ଚଢାଉ ବେଳେ ଘଟଣାସ୍ଥଳରୁ ଏସ୍‌ଟିଏଫ୍‌ ୪.୦୨୬ କିଲୋଗ୍ରାମ୍‌ର ବ୍ରାଉନ ସୁଗାର ଜବତ କରିଥିଲା। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ବୋଲି କୁହା ଯାଉଛି। ତେବେ ଏହି ବ୍ରାଉନ୍‌ସୁଗାର କେଉଁଠୁ ଆସିଲା ତାହାର ତଦନ୍ତ ଚଳାଇଛି ଏସ୍‌ଟିଏଫ୍‌। ତେବେ ୨୦୨୦ରେ ଏସଟିଏଫ୍‌ ରେକର୍ଡ ସଂଖ୍ୟାରେ ୨୦.୭୩ କିଲୋଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଆଜି ଜବତ ହୋଇଥିବା ବ୍ରାଉନ୍‌ସୁଗାର ଗତ ଆଠବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe