ନିରାକାରପୁର: ମୁଣ୍ଡରେ ବନ୍ଧୁୁକ ଲଗାଇ ୮୦ ହଜାର ଟଙ୍କା ଲୁଟ୍‌

ନିରାକାରପୁର: ମୁଣ୍ଡରେ ବନ୍ଧୁୁକ ଲଗାଇ ୮୦ ହଜାର ଟଙ୍କା ଲୁଟ୍‌

ନିରାକାରପୁର: ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ  ସ୍ପଷ୍ଟ ଦିବାଲୋକରେ  ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମର୍ଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତମାନେ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସମ୍ପୃକ୍ତ ସଂସ୍ଥାର କର୍ମଚାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ   ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ସ୍ପନ୍ଦନର ଜଣେ କର୍ମଚାରୀ ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରୁ ୮୦ ହଜାର ଟଙ୍କା ସଂଗ୍ରହ କରି  ଏକ ବାଇକ ଯୋଗେ ନୂଆ ଜଗନ୍ନାଥ ସଡ଼କର ରାମେଶ୍ୱର- ୧୬ ନମ୍ବର ଜାତୀୟ ରାଜପଥ ମଧ୍ୟରେ ଯାଉଥିବା ବେଳେ ୩ ଜଣ ଯୁବକ ଅନ୍ୟ ଏକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। କର୍ମଚାରୀ ଜଣକ ଅଟକିବା କ୍ଷତି  ଯୁବକମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ମୋବାଇଲ ଫୋନ, ଗାଡ଼ି ଚାବି ସହିତ ବ୍ୟାଗରେ ଥିବା ୮୦ ହଜାର ଟଙ୍କା ନେଇ ପଳାଇ ଯାଇଥିଲେ।   ଦୁର୍ବୃତ୍ତମାନେ ପଳାଇଯିବା ପରେ ସମ୍ପୃକ୍ତ କର୍ମଚାରୀ ପାଟି କରିବାରୁ ସେହି ବାଟ ଦେଇଯାଉଥିବା କିଛିଲୋକ ଅଟକିବା ସହିତ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସମ୍ପୃକ୍ତ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe