କୋରାପୁଟ: ୮୦ ଲକ୍ଷ ଟଙ୍କାର ଗଂଜେଇ ଜବତ

Advertisment
କୋରାପୁଟ: ୮୦ ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ: ବିଏସ୍‌ଏଫ ଯବାନ ଓ ପୁଲିସଙ୍କ ସଫଳ ଅପରେସନ୍‌ ବଳରେ ୮ କୁଇଣ୍ଟାଲ୍‌ ଗଂଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ହୁମାଲ ଗାଁରୁ ଏହି ଗଂଜେଇ ଜବତ ହୋଇଥିବା ଜଣାପଡ଼ିଛି। ମାଫିଆମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଗଂଜେଇ ଚାଲାଣ କରୁଥିଲେ। ସେମାନେ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ବିଏସ୍‌ଏଫ୍‌ ଯବାନ ଓ ମାଛକୁଣ୍ଡ ପୁଲିସ ୮ କୁଇଣ୍ଟାଲ ଗଂଜେଇ ଓ ଏକ ଦେଶୀ ବନ୍ଧୁକ ଜବତ କରିଥିଲା।

publive-image

ସୂଚନାଯୋଗ୍ୟ, ଗତ ୧ ତାରିଖରେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଂଜେଇ ଜବତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁର ଗୋବର୍ଦ୍ଧନ ଦଳାଇଙ୍କ ନିର୍ମାଣାଧୀନ ଘରୁ ୮୧୨ କିଲୋଗ୍ରାମ ୭୦୦ ଗ୍ରାମ ଗଂଜେଇ ଜବତ ହୋଇଥିଲା।  ପାଡୁଆ ପୁଲିସ ଦ୍ୱାରା ୫୨୫ କିଲୋଗ୍ରାମ ଗଂଜେଇ ଜବତ କରାଯାଇଥିଲା। ଏହି ଗଂଜେଇ କୋରାପୁଟରୁ ଆନ୍ଧ୍ରକୁ ଏକ ଗାଡ଼ିରେ ଯାଉଥିବା ବେଳେ ପାଡୁଆ ନିକଟରେ ଭୋର ସମୟରେ ଧରିଥିଲା ପୁଲିସ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe