ମାଲକାନଗିରି : ୮୧୧ କିଲୋ ଗଞ୍ଜେଇ ଜବତ, ୭ ଗିରଫ

ମାଲକାନଗିରି : ୮୧୧ କିଲୋ ଗଞ୍ଜେଇ ଜବତ, ୭ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ପୁଲିସକୁ ପୁଣି ମିଳିଛି ଗଂଜେଇ ଚାଲାଣ ରୋକିବାରେ ସଫଳତା। ଆଜି ପୁଲିସ ପକ୍ଷରୁ ୮୧୧ କିଲୋ ଗଞ୍ଜେଇ ଜବତ କରାଯିବା ସହ ୭ ଜଣକୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ଚିତ୍ରକୋଣ୍ଡାର ଥାନାର ଏସଆଇ ଏନ.ସିଏଚ ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ ଗୁଣ୍ଠାବେଡା ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏପି-୦୫-ଟିଜେ-୦୩୬୫ ନମ୍ବର ବିହୀନ ଏକ ଅଟୋ ଏବଂ ମଟର ସାଇକେଲ ଆରଏସି -୯ ପଟରୁ କ୍ଷିପ୍ର ଗତିରେ ଆସୁଥିବା ଦେଖି ପୁଲିସ ଅଟକାଇ ଯାଞ୍ଚ କରିଥିଲା । ଏହି ଅଟୋରେ ୨୮ଟି ଜରି ପ୍ୟାକେଟ ଲଦାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଜରି ପ୍ୟାକେଟରେ ଗଞ୍ଜେଇ ଲଦାଯାଇଥିବା ପୁଲିସ ଜାଣିବା ପରେ ଏହାକୁ ଓଜନ କରିଥିଲା । ଓଜନ ପରେ ଏଥିରେ ୮୧୧ କିଲୋ ୩ ଶହ ଗ୍ରାମ ଗଂଜେଇ ରହିଥିବା ଜଣାପଡିଥିଲା। ତୁରନ୍ତ ଏହି ଗଞ୍ଜେଇ କାରବାରରେ ଜଡିତ ଥିବା ୭ ଜଣ ଆସାମୀକୁ ପୁଲିସ ଗିରଫ କରିଛି।ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ପୁଲିସ କହିଛି। ଏମାନଙ୍କ ଠାରୁ ୪ଟି ମୋବାଇଲ ଫୋନ,ଆଧାର କାର୍ଡ,୧୭୦୦ ଟଙ୍କା ଜବତ କରିଥିବା କୁହାଯାଇଛି । ଗିରଫ ହୋଇଥିବା ଆସାମୀମାନେ ହେଲେ ଧନପତି ଜାନି,ଅର୍ଜୁନ ଗଲୋରୀ,ଜଗବନ୍ଧୁ ଖରା,କେ.ଚିନ୍ନା ରାଓ,ବାଲୁ କିଣ୍ଡାଲ,ସନିଆ ବଡନାୟକ ଏବଂ ଜଣେ ନାବାଳକ ରହିଛନ୍ତି।ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଂଚଳରୁ ଆନ୍ଧ୍ରପ୍ରଦେଶର ସିଲେରୁ ଅଂଚଳକୁ ଯାଉଥିବା ପୁଲିସ କହିଛି। ତେବେ ଏସଡିପିଓ ଅଂଶୁମାନ ଗତ ଏକ ମାସ ହେଲା ଚିତ୍ରକୋଣ୍ଡା ଏସଡିପିଓ ଭାବେ ବଦଳି ହୋଇଯାଇଥିବା ବେଳେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି। ଗଞ୍ଜେଇ ଚାଲାଣକୁ ରୋକିବା ନେଇ ଜୋରଦାର ଚଢାଉ କରୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଏହି ଚଢଉ ଜାରି ରହିବ ବୋଲି ପୁଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe