Sambad
ଜୟପୁର: ୪ବର୍ଷ ପରେ ଆଜି ହୋଇଛି ପୌର ନିର୍ବାଚନ। ତେଣୁ ଏହାକୁ ହାଥ ଛଡ଼ା ନ କରି ବହୁ ବୟସ୍କ ବୃଦ୍ଧ ଓ ବୃଦ୍ଧା ଆଜି ଭୋଟ ଦେବାକୁ ସହରର ବିଭିନ୍ନ ବୁଥକୁ ଆସିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଇରିଗେସନ୍ କଲୋନିସ୍ଥତ ୪ନଂ ୱାର୍ଡର ବୁଥକୁ ଖ୍ରୀଷ୍ଠୀୟାନପେଟାରୁ ଭୋଟ ଦେବାକୁ ଆସିଥିଲେ ମେରୀ ବର। ୮୪ବର୍ଷ ବୟସ୍କ ବୃଦ୍ଧାଙ୍କର ଆଖି ଦିଶୁନି। ତଥାଫି ସେ ହାର ନ ମାନି ଭୋଟ ଦେବାକୁ ଆସିଥିଲେ। ମତଦାନ କେନ୍ଦ୍ର ପର୍ୟ୍ୟନ୍ତ ପରିବାରବର୍ଗ ଅଟୋଭଡ଼ା କରି ନେଇ ଆସିଥିଲେ।
Sambadମତଦାନ କେନ୍ଦ୍ର ସମ୍ମୁଖରୁ ସ୍ବେଚ୍ଛାସେବୀ ମାନେ ମତଦାନ କେନ୍ଦ୍ରକୁ ନେଇକି ଯାଇଥିଲେ। ସେ କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେବେ ପ୍ରିଜାଇଡିଂ ଅଧିକାରୀ ତାଙ୍କୁ ୨ଟି ଯାକ ବୁଥକୁ ନେଇ ସେ କହିବା ଅନୁଯାୟୀ ମତଦାନ କରାଇଥିଲେ। ମେରୀ ମତଦାନ କରିବା ପରେ ବହୁ ଖୁସି ନଜର ଆସିଥିଲେ। ମେରୀଙ୍କ ଭଳି ବହୁ ବୃଦ୍ଧ ଓ ବୃଦ୍ଧା ଆସି ନିଜ ମତକୁ ସାବ୍ୟସ୍ତ କରୁଥିବା ଦେଖିବାକୁ
ମିଳିଥିଲା।
Follow Us