ମା' ତାରିଣୀଙ୍କ ୮୬ତମ ଚଇତି ପର୍ବ ଆରମ୍ଭ

Advertisment
ମା' ତାରିଣୀଙ୍କ ୮୬ତମ ଚଇତି ପର୍ବ ଆରମ୍ଭ

ଘଟଗାଁ : କରୋନା କଟକଣା କାରଣରୁ କେବଳ ରୀତିନୀତିରେ ପାଳିତ ହେଉଥିବା ମା ତାରିଣୀଙ୍କ ଚଇତି ପର୍ବ ଚିଳିତ ବର୍ଷ ମହା ଆଡମ୍ବରରେ ପାଳିତ ହେଉଛି । ଆଜିଠାରୁ ଆରମ୍ଭ ହେଇଛି ମା ତାରିଣୀଙ୍କ ୮୬ ତମ ଚଇତି ପର୍ବ । ଏପ୍ରିଲ ୯ ତାରିଖରୁ ୧୫ ତାରଖ ପର୍ଯ୍ୟନ୍ତ ୭ ଦିନ ଧରି ଭତ୍ସବମୁଖର ହେବ ମା ତାରିଣୀ ପିଠ । ଏହି ପର୍ବରେ ମାଙ୍କ ସୁନା ବେଶ ଦର୍ଶନ କରି ଆଶୀଷ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ସମାଗରେ ଚଳଚଞ୍ଚଳ ହୋଇ ପଡିଛି ଘଟଗାଁ । ଭକ୍ତଙ୍କ ଶୃଙ୍ଖଳା ଦର୍ଶନ, ସୁରକ୍ଷା ପାଇଁ ଓ ଜିଲ୍ଳା ପ୍ରଶାସନ ତତ୍ପର ହୋଇ ପଡିଥିବା ବେଳେ ଦିବାରାତ୍ରି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଛି ଏକ ଭିନ୍ନ ମାହୋଲ। ଧୂପ, ଦୀପ, କର୍ପୂର ବାସ୍ନାରେ ମନ୍ଦିର ମହମହ ବାସି ଊଠୁଛି । ଶଙ୍ଖ, ହୁଳହୁଳି, ଯୋଡି ନାଗରା ଓ ମହୁରି ଶବ୍ଦରେ ପ୍ରକମ୍ପିତ ହେଉଛି ନଗର। ମା'ଙ୍କ ନୀତି ପୂଜା ସହିତ ପିଠରେ ଭାଗବତ ପାଠ, ଚଣ୍ଡିପାଠ, ହୋମ ଯ଼ଜ୍ଞ ଓ ସତ୍ୟ ନାରାୟଣ ପୁଜା ଅନୁଷ୍ଟିତ ହେଉଛି ।

ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ବେଶ ଧୁମ ଧାମରେ ମାଙ୍କ ଚଇତି ପର୍ବରେ ମା' ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ତଇତି ପର୍ବର ପ୍ରଥମ ଦିନରେ ସକାଳୁ ମା'ଙ୍କ ସ୍ନାନ କାର୍ୟ୍ୟ ସମାପନ ସହ ଯଥାବିଧି ପୂଜା ସହ ମଙ୍ଗଳ ଆଳତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଚଇତି ପର୍ବରେ ମା'ଙ୍କୁ ସୁନାବେଶରେ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମା'ଙ୍କ ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ପ୍ରଥମ ଦିନରେ ସକାଳ ପ୍ରହରରୁ ମନ୍ଦିରରେ ଭକ୍ତଙ୍କ ଭଡ ଲାଗି ରହିଛି । ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିଗେଟ ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳା ଦର୍ଶନ ପାଇଁ ପୋଲିସ ଓ ସ୍ବେଚ୍ଛାସେବୀ ସଂଗଠନ ନିୟୋଜିତ ହୋଇଛନ୍ତି । ତେବେ ଏହି ଚଇତି ପର୍ବକୁ ମା ତାରିଣୀଙ୍କ ବାର୍ଷିକ ଉତ୍ସବ ଭାବେ ପାଳନ କରାଯିବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ପାଲା, ପ୍ରବଚନ ପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ବିଭିନ୍ନ ବିଭିନ୍ନ ଜିଲ୍ଲାର ଲୋକ ନୃତ୍ୟ, ଭଜନ ଓ ସଂକୀର୍ତନ ପରି ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ପ୍ରଥମ ଦିନରେ ଏହି ପର୍ବକୁ ଟ୍ରଷ୍ଟବୋର୍ଡର ସଭାପତି ଉଦଘାଟନ କରିଥିଲେ।ଏହି ଚଇତି ପର୍ବରେ ବିଭିନ୍ନ ଅନୁଷ୍ଟାନ ଓ ବ୍ୟକ୍ତି ବିଶେଷ ମାନେ ଭକ୍ତ ମାନଙ୍କୁ ବଭିନ୍ନ ସେବା ଯୋଗାଇବା ଓ ମାଗଣାରେ ଅନ୍ନ ପ୍ରସାଦ ବିତରଣ କରିବା ପାଇଁ ସାତ ଦିନ ଧରି ଆଗେଇ ଆସିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe