ସମାଜରେ ହେଉଥିବା ଘଟଣାକୁ ସାହିତ୍ୟରେ ପ୍ରତିଫଳନ କରି ନ ପାରିଲେ ଆଗାମୀ ପିଢ଼ି ପ୍ରଶ୍ନ କରିବେ- ଗଦାଧର

Advertisment

ଜୟପୁର ସମ୍ବାଦ ସାହିତ୍ୟଘର ଅଷ୍ଟମ ସ୍ବନକ୍ଷତ୍ର ସମାରୋହ : ‘ଜୀବନଚର୍ଯ୍ୟାରେ ସାହିତ୍ୟ’କୁ ନେଇ ଆଲୋଚନାଚକ୍ର

ଜୟପୁର ସମ୍ବାଦ ସାହିତ୍ୟଘର ଅଷ୍ଟମ ସ୍ବନକ୍ଷତ୍ର ସମାରୋହ : ‘ଜୀବନଚର୍ଯ୍ୟାରେ ସାହିତ୍ୟ’କୁ ନେଇ ଆଲୋଚନାଚକ୍ର

ସମାଜରେ ହେଉଥିବା ଘଟଣାକୁ ସାହିତ୍ୟରେ ପ୍ରତିଫଳନ କରି ନ ପାରିଲେ ଆଗାମୀ ପିଢ଼ି ପ୍ରଶ୍ନ କରିବେ- ଗଦାଧର

ଜୟପୁର : ସମାଜରେ ସଂପ୍ରତି ହେଉଥିବା ଘଟଣାକୁ ସାହିତ୍ୟରେ ପ୍ରତିଫଳନ କରି ଉତ୍ତମ ଓ ବିକଶିତ ସମାଜ ଗଠନରେ ସାହିତ୍ୟିକ ମାନେ ଯଦି ପ୍ରମୁଖ ଭୁମିକା ଗ୍ରହଣ  କରି ନ ପାରିଲେ ଆଗାମୀ ପିଢ଼ି ନିଶ୍ଚିତ ରୁପେ ପ୍ରଶ୍ନ କରିବେ ।  ଜୟପୁର ସମ୍ବାଦ ସାହିତ୍ୟଘର ଅଷ୍ଟମ ସ୍ବନକ୍ଷତ୍ର ସମାରୋହରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଯୋଗଦେଇ ଏଭଳି ମତ ଦେଇଛନ୍ତି।

ସ୍ଥାନୀୟ ଅରବିନ୍ଦ ନଗର(ପାରାବେଡ଼ା) ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାହିତ୍ୟଘରର ସଭାପତି ହରିହର କରସୁଧା ପଟ୍ଟନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭ୍ୟ ଡ. ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ଜୀବନ, ମୃତ୍ୟୁ, ଏବଂ ଏହା ସହ ସାହିତ୍ୟର ସଂପୃକ୍ତି ଏବଂ ସମାଜକୁ ଦିଗଦର୍ଶନ‌ ଦେବାରେ ସାହିତ୍ୟିକଙ୍କ ଭୁମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜୟପୁର ‘ସମ୍ବାଦ’ ସଂସ୍କରଣ ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ କୁମାର ପଟ୍ଟନାୟକ ଯୋଗ ଦେଇ ଜୀବନ ସହ ସାହିତ୍ୟ ସଂପୃକ୍ତି ନ ରହିଲେ ସାହିତ୍ୟ ସୃଷ୍ଟି ହୋଇ ପାରିବ ନାହିଁ , ଏହା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ବୋଲି କହିଥିଲେ। ସଂପ୍ରତି କୋଭିଡ୍ -୧୯ସଂକ୍ରମଣ ଭୟରେ ଯେଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସହ ପାଠକ ସଂଖ୍ୟା କମିବା ସହ ସବୁ ଅନଲାଇନରେ କାର୍ଯ୍ୟକ୍ରମ ହେବା ଆଗାମୀ ଦିନ ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସ୍ବାଗତ ଭାଷଣ ଓ ଅତିଥି ମାନଙ୍କୁ ମଂଚକୁ ଆହ୍ବାନ ଅଶୋକ ମହାରଣା ଦେଇଥିଲେ। କୃଷ୍ଣ ଚନ୍ଦ୍ର ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ଜଗନ୍ନାଥ ପରିଚ୍ଛା ବେଦପାଠ କରିଥିବା ବେଳେ ସୁଶ୍ରୀ ହର୍ଷିତା ପଟ୍ଟନାୟକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସମ୍ପାଦକ ଯଜ୍ଞେଶ୍ବର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ପ୍ରଥମ ଅଧିବେଶନରେ ସଂଗଠନ ସଂପାଦକ ଅଶୋକ କୁମାର ପୋଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ  ଅଧିବେଶନ(କବିତାପାଠୋତ୍ସବ)ରେ ଅବସରପ୍ରାପ୍ତ ବରିଷ୍ଠ ଉଦଘୋଷକ ଉଦୟ ଶଙ୍କର ଜାନୀ ସଭାପତ୍ବିତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ମୀନକେତନ ପରିଚ୍ଛା, ବିଦ୍ୟାମନ୍ଦରର ପ୍ରଧାନାଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗ ଦେଇଥିଲେ। କବିୟତ୍ରୀ ଶୋଭାଗିନୀ ନନ୍ଦ ଅତିଥି ମାନଙ୍କୁ ମଂଚକୁ ଆହ୍ବାନ କରିଥିଲେ।  କବିତା ଆସରକୁ କବି ଅଶୋକ ମହାରଣା ଓ  ଭାବଚନ୍ଦ୍ରିକା ଦେବୀ  ସଂଯୋଜନା କରିଥିଲେ। ଶେଷରେ ଅବିନାଶ ସାନ୍ତାପାତ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ବିଶିଷ୍ଠ ଗାଳ୍ପିକ ମନମ‌ୋହନ ଆଚାର୍ଯ୍ୟ, ଡ.ସୁରେଶ ଦାଶ, ନାରାୟଣ ପାତ୍ର, ରାମନାଥ ସାହୁ, ଡ.ମନୋରଂଜନ ପ୍ରଧାନ, ପରମେଶ୍ବର ପାତ୍ର, ମଦନ ମ‌ୋହନ ନାୟକ ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବି, ସାହିତ୍ୟିକ, କବି, ଗାଳ୍ପିକ ଆଦି ଯୋଗଦେଇଥିଲେ। କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe