ଦେଶୀ ମନ୍ଦ ବକ୍ରି ବେଳେ ଧରାପଡ଼ିଲେ ୯

Advertisment

୪୩୨ ଲିଟର ଦେଶୀ ମଦ ଜବତ

୪୩୨ ଲିଟର ଦେଶୀ ମଦ ଜବତ

ଦେଶୀ ମନ୍ଦ ବକ୍ରି ବେଳେ ଧରାପଡ଼ିଲେ ୯

ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଦେଶି ମଦ ବିକ୍ରି କରିଥିବା ଅଭିଯୋଗରେ ଅବକାରୀ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସେକ୍ଟର-୨ର ଅଜିତ ହବୋ, ବାଙ୍ଗା ଲୁହାର, ସୋନିଆ ମୁଣ୍ଡାରୀ, ଦୁଲାରୀ ଲୁହାର, ବାଗବୁଡ଼ି ଡି’ ବସ୍ତିର ଆଶାମଣି ସାଣ୍ଡିଲ, ବୀରେନ୍ଦ୍ର ମୁଣ୍ଡା, କାଳୀଚରଣ ମୁଣ୍ଡାରୀ, ଲହଣ୍ଡାର ମାଙ୍ଗୁରୁ କୁମ୍ଭାର ଓ ବୈଶାଖୁ ମାହାତ। ଅଭିଯୁକ୍ତମାନଙ୍କଠାରୁ ୪୩୨ ଲିଟର ଦେଶୀ ମଦ ଜବତ ହୋଇଛି । ଏହାସହ ଜବତ ୫,୨୦୦ କେଜି ମହୁଲ ପୋଚକୁ ନଷ୍ଟ କରିଦିଆଯାଇଛି । ବାଗବୁଡ଼ି, ସେକ୍ଟର-୨ ଅଞ୍ଚଳରେ ପ୍ରବଳ ମାତ୍ରାରେ ଦେଶୀ ମଦ ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ଗୁପ୍ତ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉବେଳେ ସେମାନଙ୍କଠାରୁ ରନ୍ଧା ହୋଇସାରିଥିବା ଦେଶୀ ମଦ, ମହୁଲ ପୋଚ ଆଦି ଜବତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe