ଗଂଜାମ ଓ କନ୍ଧମାଳରୁ ୬୧ କିଲୋ ଗଂଜେଇ ଜବତ, ୯ ଅଭିଯୁକ୍ତ ଗିରଫ

Advertisment
ଗଂଜାମ ଓ କନ୍ଧମାଳରୁ ୬୧ କିଲୋ ଗଂଜେଇ ଜବତ, ୯ ଅଭିଯୁକ୍ତ ଗିରଫ

ଭଞ୍ଜନଗର/ଫୁଲବାଣୀ : ଆଜି ଭଞ୍ଜନଗର ପୁଲିସ୍‌ ପକ୍ଷରୁ ସଂନ୍ଧ୍ୟା ସମୟରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଚଢଉ କରାଯାଇ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗରେ ଦୁଇଟି ଗାଡ଼ି ଜବତ କରିବା ସହ ୪୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଚାଲାର କରୁଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ କାବୁ କରିଛି। ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲାରୁ ଭୂବନେଶ୍ବର ଚାଲାଣ କରୁଥିବା ବ‌େଳେ ପୁଲିସ୍‌ ଖବର ପାର୍ଇ ଆଜି ସଂନ୍ଧ୍ୟା ସମୟରେ ଦୁର୍ଗାପ୍ରସାଦ ନିକଟରେ ଗୋଟିଏ ବଲେରୋ ଏବଂ ଗୋଟିଏ କାରକୁ ଅଟକାଇଥିଲା। ଯାଞ୍ଚ ସମୟରେ ସେଥିରୁ ଗଞ୍ଜେଇ ପାଇଥିଲେ। ଏହାପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାକୁ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣିଥ‌ିଲେ। ଅଭିଯୁକ୍ତ ମାନେ ହେଲେ ବାଲିଗୁଡ଼ା ଅଞ୍ଚଳର ଅରୁଣ ଦିଗାଲ, ଶମ୍ଭୁ ଦିଗାଲ, ବିପିନ୍‌ ମଲ୍ଲିକ୍‌, ବାଲେଶ୍ବର ଗଉନ୍ତିଆ ଓ ରାଇକିଆର ପ୍ରଦିପ କୁମାର ନାୟକ। ଅଭିଯୁକ୍ତ ମାନଙ୍କୁ ଥାନାକୁ ଅଣାଯିବା ସହ ପଚରା ଉଚୁରା କରାଯାଉଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଏଥିରେ ଏସ୍‌ଆଇ ଲିତାରାଣୀ ପରିଡାଙ୍କ ସମେତ ପ୍ରକାଶ କୁମାର ସହୁ,ସମୀର କୁମାର ‌ବେହେରା ପ୍ରମୁଖ ସାମିଲ ଥିଲେ।

publive-image

କନ୍ଧମାଳରେ ଚାଲିଛି ଗଂଜେଇ ଗଛ କଟା ଅଭିଯାନ। ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଜଙ୍ଗଲରୁ ଶହଶହ ଏକର ଜାଗାରୁ ଗଛ ସଫା କରାଯାଉଛି। ହେଲେ ଏପେଟ ମାଫିଆ ବାହାର ଜିଲ୍ଲାକୁ ଗଂଜେଇ ଚାଲାଣ କରିବାରେ ଲାଗି ପଡିଛନ୍ତି। ଫିରିଙ୍ଗିଆରୁ ଭୁବନେଶ୍ବରକୁ ବୋଲେରୋରେ ଗଂଜେଇ ଚାଲାଣ ହେଉଥିଲା। ଖବର ପାଇ ପୁଲିସ ସିମିଳିସାହି ଛକରେ ଗାଡିରୁ ୨୧ କିଲୋ ଗଂଜେଇ ଜବତ କରିଛି। ଏଥିରେ ଡିମିରଗୁଡାର ଲିପୁନ ଦଳବେହେରା, ଭରତ କହଁର ଓ ଶରତ ଦିଗାଲଙ୍କୁ ପୁଲିସ ଗିରଫ କରିଛି। ଗଂଜେଇ ଗଛ କଟା ଅଭିଯାନରେ ପୁଲିସ ଓ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ହେଉଛନ୍ତି। ଏହାର ସୁଯୋଗ ନେଇ ମାଫିଆମାନେ ବେଶ ସକ୍ରିୟ ହୋଇ ଗଂଜେଇ ଚାଲାଣ କରିବାରେ ଲାଗି ପଡିଥିବାରୁ ‌ସେମାନଙ୍କ ଗତିବିଧି ଉପରେ କଡା ନଜର ରଖିବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe