ବାଲିପାଟଣା ହଣାକଟା ଘଟଣା: ୯ ଜଣଙ୍କୁ କୋର୍ଟ ଚାଲଣ

Advertisment
ବାଲିପାଟଣା ହଣାକଟା ଘଟଣା: ୯ ଜଣଙ୍କୁ କୋର୍ଟ ଚାଲଣ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ମାର୍ଥାପୁର ଗ୍ରାମରେ ଗତକାଲି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଲିସ ଉପସ୍ଥିତିରେ ହଣାକଟା ହୋଇଥିଲା। ଉଭୟ ପକ୍ଷରୁ ୧୨ ଜଣ ଲହୁଲୁହାଣ ହୋଇଥିଲେ। ଗୋଟିଏ ପକ୍ଷରୁ ସଞ୍ଜୟଙ୍କ ପତ୍ନୀ ମାନସୀ ଭୋଇ ଏବଂ ଅପର ପକ୍ଷରୁ ଛବି ଭୋଇ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ସଞ୍ଜୟ ଭୋଇ (୩୬ ), ଭରତ ଭୋଇ, ବୁଲୁ ଭୋଇ, ଲୁନା ଭୋଇ (୨୨) ଏବଂ ଅପର ପକ୍ଷରୁ ପ୍ରଶନ୍ନ ଭୋଇ (୩୩), ନବଘନ ଭୋଇ (୪୦),  ଛବି ଭୋଇ (୫୦), ହେମନ୍ତ ଭୋଇ (୨୬) ଓ ଦିଜ ଭୋଇ (୬୫)। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବାଲିପାଟଣା ଥାନା ସୂତ୍ରରୁ ସୂଚନା ମିଳିଛି।

ପ୍ରକାଶ ଥାଉକି, ଜମିବାଡି ବିବାଦକୁ କେନ୍ଦ୍ର କରି ମାର୍ଥାପୁର ଗ୍ରାମର ୨ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଲାଗିରହିଥିଲା। ଗତକାଲି ଗୋଷ୍ଠୀ ସଂଘର୍ଷରେ ରୂପ ଧାରଣ କରିଥିଲା। ଉଭୟ ପକ୍ଷରୁ ୧୨ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୁଲିସ ଉପସ୍ଥିତିରେ ସେମାନଙ୍କ ଚିକିତ୍ସା ହୋଇଥିଲା। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ଥାନାରେ ୨ ଟି କେଶ ରୁଜୁହୋଇଛି। ସ୍ଥାନୀୟ ମେଡିକାଲରେ ସ୍ୱାସ୍ଥ୍ୟ ଓ କୋଭିଡ଼ ପରୀକ୍ଷା ପରେ ଆଜି ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe