ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରେ ୯ହେକ୍ଟର ବେଆଇନ ଗଂଜେଇ ଚାଷ ନଷ୍ଟ କଲା ବନ ବିଭାଗ 

Advertisment
ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରେ ୯ହେକ୍ଟର ବେଆଇନ ଗଂଜେଇ ଚାଷ ନଷ୍ଟ କଲା ବନ ବିଭାଗ 
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜାଇ ଗଛ ବଢ଼ିବାରେ ଲାଗିଛି। ଏହାକୁ ଦମନ କରିବା ପାଇଁ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ରେଞ୍ଜ ଅଧିକାରୀ ନିହାର ରଞ୍ଜନ ମଳିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ବୌଦ୍ଧ ରେଞ୍ଜ ଅନ୍ତର୍ଗତ ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲର  ଏକ ନମ୍ବର କମ୍ପାର୍ଟମେଣ୍ଟର ବିଭିନ୍ନ ସ୍ଥାନରେ ହୋଇଥିବା ବେଇଆନ ଗଞ୍ଜାଇ ଗଛକୁ ନଷ୍ଟ କରାଯାଇଛି। ଏଥିରେ ୯ହେକ୍ଟର ଜମିରେ ୧୫ହଜାର ୭ଶହ ଗଛ ନଷ୍ଟ କରାଯାଇଛି । ଏହି ଚଢ଼ଉ ସମୟରେ ବୌଦ୍ଧ ରେଞ୍ଜ ଅଧିକାରୀ ନିହାର ରଞ୍ଜନ ମଳିକ, କଣ୍ଟାମାଲ ରେଞ୍ଜ ଅଧିକାରୀ ଖିରାବନ୍ଧି ପ୍ରଧାନ, ଫରେଷ୍ଟର ଦେବକାନ୍ତ ବେହେରା, ସ୍ୱାଧୀନ ସାମଲ, ଏମ ପ୍ରସାଦ ରାଓ, ଅଭିମନ୍ୟୁ ମହାନ୍ତି, ମାଳତୀ ମାଝୀ, ଫରେଷ୍ଟ ଗାର୍ଡମାନେ ଉପସ୍ଥିତ ରହି ଗଛ କାଟିବା ସହ ପୋଡି ଦେଇଥିଲେ। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବା ସହ ବେଆଇନ ଗଞ୍ଜାଇ ଗଛ ନଷ୍ଟ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe