ମୟୂରଭଞ୍ଜକୁ ଫେରିଲେଣି ୯ ହଜାର ପ୍ରବାସୀ

ପ୍ରବାସୀ ଶ୍ରମିକଙ୍କ ପାଇଁ ବରଦାନ ପାଲଟିବ ‘ମୋ ସହାୟ’ : କାମକୁ ଫେରିବାରେ ସାହାଯ୍ୟ କରିବ, ସ୍ବାସ୍ଥ୍ୟ ବିଷୟରେ ବି ସୂଚନା ଦେବ

The Hindu

ବାରିପଦା: କରୋନା ଜନିତ ଲକ୍‌ଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫଶିରହିଥିବା ପ୍ରବାସୀ ଓଡ଼ିଆମାନେ ଜନ୍ମସ୍ଥାନ ମୟୂରଭଞ୍ଜକୁ ଫେରିବାରେ ଲାଗିଛନ୍ତି। ଆଜିସୁଦ୍ଧା ଜିଲ୍ଲାକୁ ପ୍ରାୟ ୮ହଜାର୯ଶହ୫୭ଜଣ ପ୍ରବାସୀ ଫେରିସାରିଲେଣି। ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୯ହଜାରରେ ପହଞ୍ଚିଯିବାନେଇ ଜଣାପଡ଼ିଛି।

ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ସହିତ ବସ୍‌ ଓ ଟ୍ରକ୍‌ ମାଧ୍ୟମରେ ଫେରିବାରେ ଲାଗିଛନ୍ତି। ଏଯାବତ୍‌ ଜିଲ୍ଲାକୁ ଆନ୍ଧ୍ର‌ପ୍ରଦେଶରୁ ସର୍ବାଧିକ ଲୋକ ଫେରିଛନ୍ତି। ସେହିପରି ଗୁଜୁରାଟ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ଭଳି ରାଜ୍ୟରୁ ମଧ୍ୟ ସଂଖ୍ୟାଧିକ ପ୍ରବାସୀ ଫେରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସମସ୍ତ ପ୍ରବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଡି ଯୋଗେ ସେମାନଙ୍କର ଘରେ ଛଡାଯାଉଛି।

ଆଜିସୁଦ୍ଧା ଜିଲ୍ଲାରେ ମୋଟ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କପ୍ତିପଦା ବ୍ଲକ୍‌ରୁ ୧୦ଜଣ ରହିଥିବା ବେଳେ ବାରିପଦା ପୌରପରିଷଦରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଆଜିକୁ ମିଶାଇ ଜିଲ୍ଲାର ମୋଟ ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ସୁସ୍ଥ ହୋଇସାରିଲେଣି। ବିଭିନ୍ନ ରାଜ୍ୟରୁ ଆସୁଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଦିନକୁ ଦିନ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଆଜିସୁଦ୍ଧା ପ୍ରାୟ ୩୩ଶହରୁ ଊର୍ଧ୍ବ ନମୁନା ପରୀକ୍ଷା ପାଇଁ ଯାଇଛି। ମାତ୍ର ପଜିଟିଭ୍‌ଙ୍କ ସଂଖ୍ୟା ୧୧ରେ ସ୍ଥିର ରହିଛି। ଯାହାକି ଆଶ୍ବସ୍ତିର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe