ବନ୍ଦ ଖଣିରୁ ୯ ଟନ୍‌ ଚୋରା ମାଙ୍ଗାନିଜ ଜବତ

Advertisment
ଚୋରା ମାଙ୍ଗାନିଜ ଡିପୋରେ ଚଢ଼ଉ

ଯୋଡ଼ା : ଯୋଡ଼ା ଖଣି ମଣ୍ତଳ ଅନ୍ତର୍ଗତ ବନେଇକଳାରେ ବନ୍ଦ ପଡ଼ିଥିବା ଟିସ୍କୋ ମାଙ୍ଗାନିଜ ଖଣିରୁ ବନ ବିଭାଗ ଓ ଖଣି ବିଭାଗ ଆଜି ୯ ଟନ୍‌ ଚୋରା ମାଙ୍ଗାନିଜ ଜବତ କରିଛନ୍ତି। ଜବତ ମାଙ୍ଗାନିଜର ବଜାର ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ବନ ବିଭାଗର ମୋବାଇଲ ସ୍କ୍ବାଡ୍‌ ବନ୍ଦ ଖଣିର ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଚୋରା ମାଙ୍ଗାନିଜ ଉତ୍ତୋଳନ ହୋଇଥିବା ଠାବ କରିଥିଲା। ବନ୍ଦ ଖଣିରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ମାଫିଆମାନେ ବେଧଡ଼କ ଚୋରା କାରବାର ଚଳାଇ ଆସୁଛନ୍ତି। ଏଠାରୁ ମାଙ୍ଗାନିଜ ଉତ୍ତୋଳନ କରାଯାଇ ଝାଡ଼ଖଣ୍ତ ଚାଲାଣ କରାଯାଉଥିବା ବନ ବିଭାଗ ସନ୍ଦେହ କରୁଛି। ଖଣି ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଥିଲେ ମଧ୍ୟ ଚୋରା କାରବାର ଧରିବାରେ ବିଫଳ ହେଉଥିବାରୁ ବନ୍ଦ ଖଣିରୁ ଖଣିଜ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe