indian express
ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥର ସିଆଳିଆ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ସେଥିରେ ବସିଥିବା ୯ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି ।
ମହିଳା ଶ୍ରମିକମାନେ ଜଟଣୀ ଥାନା ଅନ୍ତର୍ଗତ ତଳଖେତା ଠାରେ ଥିବା ଏକ ଧୂପକାଠି କମ୍ପାନୀରେ ଶ୍ରମିକଭାବେ କାମ କରନ୍ତି । ସବୁଦିନ ଭଳି ଆଜି ରାତିରେ ଏକ ଅଟୋ ଭଡ଼ା କରି ସେମାନେ ନିଜ ଘରକୁ ଫେରୁଥିଲେ । ତେବେ ଜାତୀୟ ରାଜପଥ କାମ ଚାଲୁଥିବାରୁ ରାସ୍ତାର ଦୁଇ କଡ଼ ଖୋଳାଯାଇଥିଲା, ଏଥିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ଦୁର୍ଘଟଣାରେ ଆହାତ ମାନେ ହେଲେ ସଦର ଥାନା ସୋନାଲି ବେହେରା (୧୮), ଲୋନିତା ବେହେରା(୧୮), ପୂଜା ନାୟକ (୧୮), ମମତା ସୁୁବୁଦ୍ଧି (୨୪), ବବିତା ବେହେରା (୧୮), ତମସା ବେହେରା (୧୮) ବିନୋଦିନୀ ବେହେରା (୧୮) କୁନିଲତା ବେହେରା (୧୮), ଲିଲିପ୍ରଧାନ (୨୦) । ଆହତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି ଓ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Follow Us