ମିଳିତ ଅଭିଯୋଗ ପ୍ରକୋଷ୍ଠରେ ୯୪ ଅଭିଯୋଗ ଦାଖଲ

ମିଳିତ ଅଭିଯୋଗ ପ୍ରକୋଷ୍ଠରେ ୯୪ ଅଭିଯୋଗ ଦାଖଲ

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ସୋମବାର ମିଳିତ ଅଭିଯୋଗ ପ୍ରକୋଷ୍ଠର ଆୟୋଜନ କରାଯାଇଥିଲା। ପୂର୍ବାହ୍‌ଣ ୧୦ଟାରୁ ଅପରାହ୍ଣ ପ୍ରାୟ ଗୋଟାଏ ଯାଏଁ ଚାଲିଥିବା ଏହି ଅଭିଯୋଗ ପ୍ରକୋଷ୍ଠରେ ୯୪ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା। ଏହା ମଧ୍ୟରୁ ୮୪ଟି ଭତ୍ତା, ସ୍ବାସ୍ଥ୍ୟ ସହାୟତା, ଇନ୍ଦିରା ଆବାସ ଆଦି ବ୍ୟକ୍ତିଗତ ଆବେଦନ ରହିଥିବା ବେଳେ ୬ଟି ସାମୂହିକ ଥିଲା। ୩ଟି ଆବେଦନ ଉପରେ ତତ୍କାଳ ବିଚାର କରାଯାଇ ସମାଧାନ କରାଯାଇଥିଲା। ଜଣେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।

ଏହି ଶୁଣାଣିରେ ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡ ବାଦଲ କୁମାର ମହାନ୍ତି, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ସିଡିଏମ୍‌ଓ ଡା ଆର୍ତବନ୍ଧୁ ନାୟକ, ବିଡିଓ କ୍ଷୀରାବ୍ଧୀ ତନୟା ସାହୁ, ତହସିଲଦାର ବିଭାସ ପାଣିଗ୍ରାହୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe