ଶିକ୍ଷକଙ୍କଠାରୁ ୯୦ ହଜାର ଟଙ୍କା ଝାମ୍ପିନେଲେ ଲୁଟେରା

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ବିୟରବାର୍‌ ଗେଟ୍‌ ସାମନାରୁ ଜଣେ ଶିକ୍ଷକଙ୍କଠାରୁ ୯୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟେରାମାନେ ତାଙ୍କ ପକେଟରେ ଏକ ପଲିଥିନ ବ୍ୟାଗ୍‌ରେ ଥିବା ଉକ୍ତ ଟଙ୍କା ତକ ଝାମ୍ପି ନେଇ ଆଖି ପିଛୁଳାକେ ଫେରାର୍‌ ହୋଇଯାଇଥିଲେ। ଅଭିଯୋଗ ପରେ ଟିଟିଲାଗଡ଼ ଥାନା ପୁଲିସ ଆଖପାଖରେ ଲାଗିଥିବା ବିଭିନ୍ନ ସିସିଟିଭିର ଫୁଟେଜ ସଂଗ୍ରହ କରି ତଦନ୍ତ କରୁଛି ।

ପୁଲିସର ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନ ୧୨ଟା ୨୦ ମିନିଟ ସମୟରେ ଟିଟିଲାଗଡ଼ ଥାନା ପଥର୍ଲା ଗାଁର ଶିକ୍ଷକ ନେତ୍ରାନନ୍ଦ ବେହେରା ସ୍ଥାନୀୟ ଏସ୍‌ବିଆଇ ଶାଖାରୁ ୯୦ ହଜାର ଟଙ୍କା ଉଠାଇଥିଲେ। ଏହା ପରେ ସେ ତାଙ୍କ ବାଇକ ଯୋଗେ ରେଳଷ୍ଟେସନ ରୋଡ଼ରେ ଥିବା ବିଦେଶୀ ମଦ ଦୋକାନ ବିୟରବାରକୁ ଯାଇଥିଲେ। ତାଙ୍କୁ ବାଇକ୍‌ ଯୋଗ‌େ ପିଛା କରୁଥିବା ଉକ୍ତ ଦୁଇ ଲୁଟେରା ଆସି ଟଙ୍କା ଲୁଟି ନେଇଥିଲେ।

ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ସହରରେ ଦିନକୁ ଦିନ ଲୁଟ୍‌, ରାହାଜାନି, ବାଇକ ଚୋରି, ଡିକିଭାଙ୍ଗି ଟଙ୍କା ଲୁଟ୍‌ ଆଦି ଘଟଣା ବଢ଼ିଚାଲିଛି। ଏସବୁ ଘଟଣା ସଂର୍ପକରେ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଲୁଟେରାମାନଙ୍କୁ ଠାବ କରିବାରେ ବିଫଳ ହେଉଛି। ତେଣୁ ପୁଲିସ ପ୍ରଶାସନ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe