ମାଲକାନଗିରିରୁ ତେଲେଙ୍ଗାନା ଚାଲାଣ ବେଳେ ୯୪୦ କିଲୋ ଗଂଜେଇ ଜବତ, ୩ ଗିରଫ

ମାଲକାନଗିରିରୁ ତେଲେଙ୍ଗାନା ଚାଲାଣ ବେଳେ ୯୪୦ କିଲୋ ଗଂଜେଇ ଜବତ, ୩ ଗିରଫ

ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ଗଂଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସଆଇ କେ.ସାଙ୍ଗନାଙ୍କ ନେତୃତ୍ବରେ ଏକ ଟିମ ସିଖପାଲି ନିକଟସ୍ଥ ସିଙ୍ଗରାଜ ଖୁଣ୍ଟା ନିକଟରେ ଦ୍ରୁତଗତିରେ ଏକ କାର ଯାଉଥିବା ଦେଖିବାକୁ ପାଇଥିଲେ। ସେମାନେ କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୩୨ଟି ବ୍ୟାଗ ରହିଥିବା ଜାଣିବାକୁ ପାଇଥିଲେ।

ମାଲକାନଗିରି ପୁଲିସ ପରେ ଗଂଜେଇ ବସ୍ତାକୁ ଥାନାକୁ ଆଣି ଓଜନ କରିବା ପରେ ସେଥିରେ ୯୪୦ କିଲୋ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲେ। ଗଂଜେଇ ଚାଲାଣ କରୁଥିବା ତିନି ଜଣ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନେ ହେଲେ ତେଲେଙ୍ଗାନା ଅଂଚଳର ଆର.ଶ୍ରୀନିବାସ, କାଲିମେଳାର ମୁନ୍ନା ବାଲାରାଲ ଏବଂ ଏମଭି-୮୦ ଗ୍ରାମର ଦେବେନ୍ଦ୍ର ଟିକାଦାର। ଏମାନଙ୍କ ଠାରୁ ପୁଲିସ ଦୁଇଟି ମଟର ସାଇକେଲ, ଗୋଟିଏ ହୋଣ୍ଡା କାର, ୩ଟି ମୋବାଇଲ ଏବଂ ୨୫୦୦ ଟଙ୍କା ନଗଦ ଜବତ କରିଛି। ସମସ୍ତ ଆସାମୀକୁ ଆଜି କୋର୍ଚ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି। ଲଗାତାର ମାଲକାନଗିରି ଜିଲ୍ଲା ପୁଲିସର ଚଢାଉରେ କୌଣସି ନା କୌଣସି ଥାନାରେ ଗଂଜେଇ ଜବତ କରାଯିବା ସହ ଆସାମୀମାନଙ୍କୁ ଗିରଫ କରାଯାଇଛି। ଆଗାମୀ ଦିନରେ ମଧ୍ୟଏହି ଚଡାଉ ଜାରି ରହିବ ବୋଲି ଆଇଆଇସି ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe