ଜମିରେ କାର୍ଯ୍ୟରତ ପରିବାର ଲୋକଙ୍କୁ ଡାକି ଯାଉଥିଲେ ନବମ ଶ୍ରେଣୀ ଛାତ୍ରୀ, ବଜ୍ରପାତରେ ଗୁରୁତର

Advertisment
ଜମିରେ କାର୍ଯ୍ୟରତ ପରିବାର ଲୋକଙ୍କୁ ଡାକି ଯାଉଥିଲେ ନବମ ଶ୍ରେଣୀ ଛାତ୍ରୀ, ବଜ୍ରପାତରେ ଗୁରୁତର

ତେନ୍ତୁଳିଖୁଣ୍ଟି: ଜମିରେ କାର୍ଯ୍ୟରତ ପରିବାର ଲୋକଙ୍କୁ ଡାକି ଯାଉଥିବା ବେଳେ ନବମ ଶ୍ରେଣୀ ଛାତ୍ରୀ ବଜ୍ରାପାତରେ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀ କବିତା ଗୌଡ଼ (୧୫)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ବଙ୍ଗଳାଗୁଡା ଗ୍ରାମର ନବମ ଶ୍ରେଣୀ ଛାତ୍ରୀ କବିତା ଗୌଡ଼ ଶନିବାର ସକାଳେ ବିରୀଗୁଡା ଉଚ୍ଚ ବିଦ୍ୟାଳୟକୁ ପାଠ ପଡିବାକୁ ଯାଇଥିଲେ। ସ୍କୁଲ ଛୁଟି ହେବାପରେ କବିତା ନିଜ ଘରକୁ ଫେରିଥିଲେ। ଏହି ସମୟରେ ବର୍ଷା ସହ ଘଡ଼ଘଡ଼ି ହେବା ଆରମ୍ଭ ହୋଇଥିଲା। ତେବେ ବଙ୍ଗଳାଗୁଡ଼ା ନିକଟସ୍ଥ ଅଳଚିଆଗୁଡ଼ାରେ ଥିବା ଜମିରେ ନିଜ ମା ଏବଂ ବଡ଼ଭଉଣୀ କାମ କରିବାକୁ ଯାଇଥିଲେ। ଏଣୁ କବିତା ନିଜ ମା ଏବଂ ଭଉଣୀଙ୍କୁ ସହଯୋଗ କରି ଶୀଘ୍ର ଜମି କାମ ସାରି ଘରକୁ ଫେରିବା ଉଦେଶ୍ୟର ଜମି ମୁହାଁ ହୋଇଥିଲେ। ତେବେ ଅପରାହ୍ନ ସାଢ଼େ ୩ଟାରେ କବିତା ଜମି ହୁଡ଼ା ଉପରେ ଥିବା ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ କବିତା ଜମି ହୁଡାରେ ଟଳି ପଡ଼ିଥିଲେ। କବିତାଙ୍କ ହାତ, ଗଡ଼ ତଥା ପଛପଟ ବିଜୁଳି ଆଘାତରେ ଜଳି ଯାଇଛି। ଏହାପରେ ଆମ୍ବୁଲାନ୍ସକୁ ଖବର ଦେବାପରେ କବିତାଙ୍କୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ କବିତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe