୧୦ମାସ ପରେ ଆରମ୍ଭ ହେଲା ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

୧୦ମାସ ପରେ ଆରମ୍ଭ ହେଲା ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

Sambad

ଜୟପୁର: ଆଜିଠାରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହୋଇଛି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସହରର ବିକ୍ରମ ଦେବ ଜୁନିୟର କଲେଜ, ସରକାରୀ ମହିଳା ଜୁନିୟର କଲେଜ, ବିଦ୍ବାନ୍, ନାରାୟଣୀ, ରୋୟାଲ ଓ ସରସ୍ବତୀ କଲେଜ ସହ ସବୁ ଇଂରାଜୀ, ଓଡିଆ ମାଧ୍ୟମିକ ସ୍କୁଲ ଗୁଡ଼ିକରେ ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି। ଶ୍ରେଣୀରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିଛନ୍ତି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଆଧାରରେ କ୍ଲାସ ରୁମ୍‌ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଆଜି ଦିନ ତମାମ୍‌ ସ୍କୁଲ ଓକଲେଜ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଗହଳି ଚହଳି ଲାଗି ରହିଥିଲା। କରୋନା ସଂକ୍ରମଣ ଭୟରେ ଗତ ମାର୍ଚ୍ଚମାସରୁ ସ୍କୁଲ ପିଣ୍ଡା ଛଢ଼ି ନଥିଲୁ।

ଅନଲାଇନରେ ପାଠ ପଢ଼ି ପରୀକ୍ଷା ଦେଇ ପାସ୍ କରିବା ପରେ କଲେଜରେ ନାଁମ ଲେଖାଇଥିଲୁ। କଲେଜ ଯିବା ପାଇଁ ଯେଉଁ ଉତ୍ସୁକତା ଥିଲା ତାହାକୁ କରୋନା ମରାଇ ଦେଇଥିଲା। ତେବେ କଲେଜ ଖୋଲିବା ପରେ ଖୁବ ଖୁସି ଲାଗୁଛି ବୋଲି କହିଛନ୍ତି ବିକ୍ରମ ଦେବ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ମଧୁଛନ୍ଦା ପ୍ରଧାନ, ସୀମା ନାୟକ, ମହିଳା ମହାବିଦ୍ୟାଳୟର ଛାତ୍ରୀ ରଂଜିତା ଜାନୀ, ମମତା, ରୀନା। ସୂଚନାଯୋଗ୍ୟ, ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢ଼ା ଏପ୍ରିଲ ୩୦ ପର୍ୟ୍ୟନ୍ତ ଜାରି ରହିବ। ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ ଏବଂ ପ୍ରତିଦିନ ୩ଟି ପିରିଅଡ୍‌ କରାଯିବ। ରବିବାର କ୍ଲାସ୍‌ ହେବ ନାହିଁ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ୟୁନିଟ୍‌ ଟେଷ୍ଟ ଏବଂ ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe