ପ୍ଲାଷ୍ଟିକ ପାଣି ଟବରେ ପଡି ୯ମାସର ଶିଶୁ ମୃତ 

ପ୍ଲାଷ୍ଟିକ ପାଣି ଟବରେ ପଡି ୯ମାସର ଶିଶୁ ମୃତ 

ନବରଙ୍ଗପୁର: ପ୍ଲାଷ୍ଟିକ ପାଣି ଟବରେ ପଡି ୯ମାସର ଶିଶୁ ମୃତ। ନବରଙ୍ଗପୁର ଥାନା ଅନ୍ତର୍ଗତ ବଡ଼ଡ଼ାଇଭଟ୍ଟା ଗ୍ରାମରେ ଘଟିଛି ଏଭଳି ଘଟଣା। ଘର ବାହାରେ ପାଣି ରଖା ଯାଇଥିବା ଛୋଟ ପ୍ଲାଷ୍ଟିକ ପାଣି ଟବରେ ପଡି ୯ମାସର ଶିଶୁର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଶିଶୁ ହେଉଛି ବଡ଼ଡ଼ାଇଭଟ୍ଟା ଗ୍ରାମର ଯୁଗଳ ଭତରାଙ୍କ ପୁଅ ବାବୁଲା ଭତରା।

publive-image

ସୂଚନା ମୁତାବକ, ଆଜି ମୃତ ଶିଶୁର ମାଁ ଶୁକଦେଇ ଭତରା ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ଶିଶୁ ଓ ତା'ର ୬ ବର୍ଷୀୟ ବଡ଼ ଭଉଣୀ ବାହାରେ ଖେଳୁଥିଲେ। ବାବୁଲା ଖେଳି ଖେଳି ଅନ୍ୟମନସ୍କ ଭାବେ ଘର ବାହାରେ ଥିବା ପ୍ଲାଷ୍ଟିକ ପାଣି ଟବ ପାଖରେ ପହଞ୍ଚି ପାଣିରେ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ଟବ ଭିତରେ ପଡିଯାଇଥିଲା। ଟବ ଭିତରେ ପାଣି ଭର୍ତ୍ତି ଥିବାରୁ ପାଣିରେ ଶ୍ୱାସ ରୁଦ୍ଧ ହୋଇ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଶୌଚ ସାରି ମାଁ ଘରକୁ ଆସି ଶିଶୁ ବାବୁଲାକୁ ଖୋଜିଲା ବେଳେ ପାଣି ଟବରେ ସେ ପଡ଼ିଥିବା ଦେଖି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଶିଶୁକୁ ଦେଖିଲା ପରେ ମୃତ୍ୟୁ ଘୋଷଣା କରିଥିଲେ, ଯାହାକୁ ନେଇ ପରିବାର ଲୋକେ ଭାଙ୍ଗିପଡିଛନ୍ତି। ମୃତ ବାବୁଲାର ବାପା ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶକୁ ଯାଇଥିବା ବେଳେ ଖବର ପାଇଁ ଘରକୁ ଫେରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe