ମନମୁଣ୍ଡାରେ ବୁଦ୍ଧ ମୂର୍ତ୍ତି ଉନ୍ମୋଚିତ

Advertisment
ମନମୁଣ୍ଡାରେ ବୁଦ୍ଧ ମୂର୍ତ୍ତି ଉନ୍ମୋଚିତ

କଣ୍ଟାମାଳ: ପବିତ୍ର ବୁଦ୍ଧ ପୂର୍ଣିମା ଅବସରରେ ସୋମବାର ସନ୍ଧ୍ୟାରେ ମନମୁଣ୍ଡା ଗାନ୍ଧୀ ପାର୍କ ନିକଟରେ ନିର୍ମିତ ବୁଦ୍ଧ ମୂର୍ତ୍ତି ଉନ୍ମୋଚିତ ହୋଇଛି। କଣ୍ଟାମାଳ ବିଧାୟକ ମହୀଧର ରଣା ଓ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ମାଣାଧୀନ ବୁଦ୍ଧ ପାର୍କ ପରିଦର୍ଶନ କରିବା ସହ ମିଳିତ ଭାବେ ଏହି ବୁଦ୍ଧ ମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ସେନାପତି, ବିଡିଓ କଳାକୃଷ୍ଣ ପ୍ରଧାନ, ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା, ଉପଜିଲ୍ଲାପାଳ ସନତ ନାଏକ, କଣ୍ଟାମାଳ ସହକାରୀ ଯନ୍ତ୍ରୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଖୁବ ଶୀଘ୍ର ବୁଦ୍ଧ ପାର୍କର ନିର୍ମାଣ କାମ ସଂପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe