ଜବରଦଖଲ ଜାଗାରେ ବୁଲିଲା ବୁଲଡୋଜର

ଜବରଦଖଲ ଜାଗାରେ ବୁଲିଲା ବୁଲଡୋଜର

ଦେଓଗାଁ: ଜାତୀୟ ରାଜପଥ ୨୬ରୁ ଦେଓଗାଁ ବସ୍ତି ଦେଇ ଯାଇଥିବା ଦେଓଗାଁ-ଆଠଗାଁ ପୂର୍ତ୍ତ ରାସ୍ତା କଡ଼ରେ ଜବରଦଖଲ କରି ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜବରଦଖଲ ଜାଗାକୁ ଜେସିବି ଲଗାଇ ଭାଙ୍ଗିବା କାମ ଆରମ୍ଭ କରିଛନ୍ତି ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ।

ପ୍ରଥମ ଦିନରେ ଦେଓଗାଁ ଭଞ୍ଜପଡ଼ାଠାରୁ ଦୁର୍ଗା ମଣ୍ଡପ ନିକଟସ୍ଥ ପିପଲ ଗଛ ପର୍ଯ୍ୟନ୍ତ ଉଚ୍ଛେଦ ହୋଇଛି। ଲଗାତର ଭାବେ ଏହା ଦେଓଗାଁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ରାସ୍ତାକଡ଼ରେ ଥିବା ଘରଗୁଡ଼ିକ ଉପରେ  ଦେଓଗାଁ ତହସିଲ ପକ୍ଷରୁ ପୂର୍ବରୁ ଛକି ମାରି ଚିହ୍ନଟ କରାଯାଇଥିଲା। ଏପରିକି ସାତଦିନ ପୂର୍ବରୁ ଘର ଭଙ୍ଗା ହେବ ବୋଲି ନୋଟିସ ବି ଦିଆଯାଇଥିଲା। ତଥାପି ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ଘର ନଭାଙ୍ଗିବାରୁ ତହସିଲ ପକ୍ଷରୁ ମେସିନ ଲଗାଇ ଘରଭଙ୍ଗା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe