ପୁଣି କଳା ପଲସର ଆତଙ୍କ: ସକାଳୁ ସକାଳୁ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

Advertisment
ପୁଣି କଳା ପଲସର ଆତଙ୍କ: ସକାଳୁ ସକାଳୁ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

ବାରିପଦା: କିଛି ଦିନର ନୀରବତା ପରେ ପୁଣି ଥରେ କଳାପଲସର ଆତଙ୍କ ଫେରିଛି । ବାଇକରେ ଆସି ରାସ୍ତାରେ ଏକୁଟିଆ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ସେମାନଙ୍କ ବେକରୁ ସୁନା ଚେନ ଛିନ୍ତାଇ ଆରମ୍ଭ ହୋଇଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨୧ ବିଜୟ ରାମଚନ୍ଦ୍ରପୁର ଅଞ୍ଚଳରେ ଜଣେ ମହିଳା ନିଜର ଘର ଫାଟକ ଭିତରେ ଛିଡ଼ା ହୋଇଥିବା ବେଳେ ତାଙ୍କ ବେକରୁ ସୁନା ଚେନ ଛିନତାଇ ହୋଇଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଆଜି ସକାଳ ୭ ସମୟରେ ବିଜୟ ରାମଚନ୍ଦ୍ରପୁର ନୀବାସୀ ରବୀନ୍ଦ୍ର ମହାନ୍ତି ପ୍ରତ୍ୟେକ ଦିନ ଭଳି ନିଜ ଘରୁ କାର୍ୟ୍ୟରେ ବାହାରି ଆସିଥିବା ବେଳେ ତାଙ୍କ ଧର୍ମପତ୍ନୀ ରଞ୍ଜିତା ମହାନ୍ତି ଫାଟକ ନିକଟକୁ ଆସିଥିଲେ । ସ୍ୱାମୀ ରବୀନ୍ଦ୍ର ଯିବା ପରେ ପରେ ୨୦ରୁ ୨୫ ବର୍ଷ ବୟସର ଦୁଇ ଜଣ ଯୁବକ ଏକ କଳା ପଲସରରେ ଆସି ଫାଟକ ନିକଟରେ ଅଟକି ଦାସ ବାବୁ ନାମରେ ଜଣେ ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ମଧ୍ୟରୁ ଜଣେ ଯୁବକ ରଞ୍ଜିତା ମହାନ୍ତି ବେକରେ ପିନ୍ଧିଥିବା ସୁନା ଚେନକୁ ବଳପୂର୍ବକ ଛିଣ୍ଡାଇ ନେଇଥିଲେ । ଏହି ସମୟରେ ମହିଳା ଜଣକ ଚୋର ଚୋର ପାଟି କରିବା ବେଳକୁ ଦୁଇ ଯୁବକ ଗୋଟାଏ ସେକେଣ୍ଡ ମଧ୍ୟରେ ପଲସରରେ ବସି ଆଖି ସମ୍ମୁଖରୁ ଉଭାନ ହୋଇଯାଇଥିଲେ । ଦୁଇ ଯୁବକ ଛିନତାଇ କରି ନେଇଯାଇଥିବା ସୁନା ଚେନ ଓ ସେଥିରେ ଲାଗିଥିଲା ସୁନା ଲକେଟର ଓଜନ ୧୫ ଗ୍ରାମରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଉକ୍ତ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe