ଅତାବିରାରେ ୧୦କୋଟି ବ୍ୟୟରେ ନିର୍ମିତ ହେବ ତିରୁପତି ବାଲାଜୀଙ୍କ ଭବ୍ୟ ମନ୍ଦିର

Advertisment
ଅତାବିରାରେ ୧୦କୋଟି ବ୍ୟୟରେ ନିର୍ମିତ ହେବ ତିରୁପତି ବାଲାଜୀଙ୍କ ଭବ୍ୟ ମନ୍ଦିର

ଅତାବିରା: ସ୍ଥାନୀୟ ଆନନ୍ଦ କଲ୍ୟାଣ ମଣ୍ଡପ ନିକଟରେ ତିରୁପତି ବାଲାଜୀଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ। ଏନେଇ ଆନ୍ଧ୍ରପ୍ରଦେଶ ତିରୁମାଲା ତିରୁପତି ଦେବସ୍ନାନମ୍‌ର ଅଧ୍ୟକ୍ଷ ୱାଇ ସୁବ୍ବା ରାଓ ରେଡ୍ଡିଙ୍କୁ ବିଶାଖାପାଟଣମଠାରେ ମଙ୍ଗଳବାର ଏଠାକାର ଏକ ପ୍ରତିନିଧି ଦଳ ସାକ୍ଷାତ କରି ଅତାବିରାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆଲୋଚନା କରିଥିଲେ। ଏଥିପାଇଁ ଅଧ୍ୟକ୍ଷ ସକାରାତ୍ମକ ସଂକେତ ଦେଇ ଖୁବ ଶୀଘ୍ର କ୍ଷେତ୍ର ପରିଦର୍ଶନ ଲାଗି ତିରୁପତି ଦେବସ୍ନାନମ୍‌ର କମିଟିର ଏକ ପ୍ରତିନିଧି ଦଳ ଆସିବେ ବୋଲି ପ୍ରତିଶ୍ରୁତି ମିଳିଛି।

ଆନ୍ଧ୍ର କଲ୍ୟାଣମଣ୍ଡପ ଓ ପେଟ୍ରୋଲ ପମ୍ପ ମଧ୍ୟରେ ଥିବା ଦେଢ଼ ଏକର ଜମିରେ ଭବ୍ୟ ମନ୍ଦିର ନିର୍ମାଣ ହେବ। ମନ୍ଦିର ନିର୍ମାଣ ପାଇଁ ତିରୁମାଲା ତିରୁପତି ଦେବସ୍ନାନମ୍‌ ପକ୍ଷରୁ ପାଖାପାଖି ୧୦ କୋଟି ଟଙ୍କାର ସହଯୋଗ ରାଶି ଆସିବ। ଏନେଇ କୋଶଲ ଆନ୍ଧ୍ର କଲଚରାଲ ଏସୋସିଏସନର ସଭାପତି ଡି ମୁରଲି କ୍ରିଷ୍ଣା, କେପି ଶ୍ରୀନିବାସ, ଏମ୍ ବାଲସୁବ୍ରମନ୍ୟମ୍, ଜି ଶ୍ରୀନିବାସ, କେ କେ ସ୍ବାମୀ, ବି ବି ଚୌଧୁରୀ, ବି ରାଓ, ୱାଇ ରାଜା ପ୍ରମୁଖ ଏକ ପ୍ରତିନିଧି ଦଳ ଅଧ୍ୟକ୍ଷ ଶ୍ରୀ ସୁବ୍ବା ରାଓଙ୍କ ସହ ସାକ୍ଷାତ କରିଥିଲେ। ପଶ୍ଚିମ ଓଡ଼ିଶାରେ ତିରୁପତି ବାଲାଜୀଙ୍କ ବୃହତ ମନ୍ଦିର ହେବାକୁ ଯାଉଥିବାରୁ ଅତାବିରା ଅଂଚଳ ପାଇଁ ଏକ ବଡ଼ ଉପଲବ୍ଧି ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe