ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳା କୁକୁର

ଜଳେଶ୍ୱର ଭୋଗରାଇ ବ୍ଲକ୍ ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ପାଗଳା କୁକୁର ଜଣେ ବୃଦ୍ଧାଙ୍କୁ ଝୁଣି ମାରିଦେଇଥିବା ଖବର ସାମ୍ନାକୁ ଆସିଛି । କୁକୁର ସହ ମଣିଷର ଲଢ଼େଇରେ ଶେଷରେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି...

7aabppa0a

ଜଳେଶ୍ୱର: ଜଳେଶ୍ୱର ଭୋଗରାଇ ବ୍ଲକ୍ ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ।  ଏକ ପାଗଳା କୁକୁର ଜଣେ ବୃଦ୍ଧାଙ୍କୁ ଝୁଣି ମାରିଦେଇଥିବା ଖବର ସାମ୍ନାକୁ ଆସିଛି ।

କୁକୁର ସହ ମଣିଷର ଲଢ଼େଇରେ ଶେଷରେ ବୃଦ୍ଧାଙ୍କ ଜୀବନ ଚାଲିଯାଇଥିଲା । ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଗ୍ରାମବାସୀ ପାଗଳା କୁକୁରକୁ ପିଟିପିଟି ହତ୍ୟା କରିଛନ୍ତି । ବୁଲା କୁକୁର ଆକ୍ରମଣ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଅଧିକ ପଢ଼ନ୍ତୁ: ବାଲିଆପାଳରେ ଚାଞ୍ଚଲ୍ୟ: ବାଲିଚତରା ସମବାୟ ସମିତି ଅଫିସରୁ ଚୋରି

WhatsApp Image 2024-11-14 at 12.24.10 PM

ଏହି ଘଟଣା ପରେ ଲୋକେ ଛୋଟ ଛୁଆଙ୍କୁ ଏକୁଟିଆ ବାହାରକୁ ଛାଡୁ ନାହାନ୍ତି। ସେହିପରି ନିଜେ ଏକୁଟିଆ ବାହାରକୁ ବାହାରିବାକୁ ମଧ୍ୟ  ସୁରକ୍ଷିତ ମଣୁ ନାହାନ୍ତି।

ଅଧିକ ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବାଲିଆପାଳ ଶାଖାରୁ ଲକ୍ଷାଧିକ ଟଙ୍କା ଲୁଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe