ତେଲ ନଦୀରେ ଭାସି ଯାଉଥିବା ଯୁବକ ଉଦ୍ଧାର

Advertisment
ତେଲ ନଦୀରେ ଭାସି ଯାଉଥିବା ଯୁବକ ଉଦ୍ଧାର

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତ ଟପର୍ଣ୍ଣା ଗାଁର ଯୁଗଳ କୁଦେଇ (୩୦) ତେଲ ନଦୀରେ ଭାସି ଯାଉଥିବା ବେଳେ ଧୀବରମାନେ ତାଙ୍କୁ ଉଦ୍ଧାର କରିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଶ୍ରୀ କୁଦେଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀ ସ୍ରୋତରେ ଭାସି ଯାଇଥିଲେ। ଏହି ସମୟରେ ନଦୀରେ ମାଛ ଧରୁଥିବା ଦଶରଥ ସେଠୀ, ଗୌରଙ୍ଗ ଭୋଇ ଓ ଅନ୍ୟମାନେ ପ୍ରାୟ ୭ ଶହ ମିଟର ତଳ ଉପରା ଓ ରେକଦେଇ ଗାଁ ପାଖ ଘାଟରୁ ଉଦ୍ଧାର କରିଥିଲେ।

ପରେ ଯୁବକଙ୍କୁ ସ୍ଥାନୀୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା। ସରପଞ୍ଚ ପଦ୍ମାବତୀ ରଣା ଓ ତାଙ୍କ ସ୍ୱାମୀ ଏଏନ୍‌ଏମ୍‌ ଓ ଆଶାକର୍ମୀଙ୍କଠାରେ ଚିକିତ୍ସା କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ସାହସିକତା କାର୍ଯ୍ୟ ପାଇଁ ଶ୍ରୀ ସେଠୀ ଓ ଶ୍ରୀ ଭୋଇଙ୍କୁ ପଞ୍ଚାୟତ ପକ୍ଷରୁ ଆସନ୍ତା ଜାନୁଆରି ୨୬ ତାରିଖରେ ପୁରସ୍କୃତ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe