ସମ୍ବଲପୁର: ନାବାଳିକା ଶିଶୁକୁ ଗୋଡେଇ ଗୋଡେଇ ପିଟିଲେ ଆସିଷ୍ଟାଣ୍ଟ ଜେଲର!

ସମ୍ବଲପୁର: ନାବାଳିକା ଶିଶୁକୁ ଗୋଡେଇ ଗୋଡେଇ ପିଟିଲେ ଆସିଷ୍ଟାଣ୍ଟ ଜେଲର!

www.jagran.com

ସମ୍ବଲପୁର: ଆସିଷ୍ଟାଣ୍ଟ ଜେଲର (ସମ୍ବଲପୁର କାରାଗାର) ସସ୍ମିତା ବେହେରା ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକାକୁ ବିଚ୍‌ ରାସ୍ତାରେ ଗୋଡେଇ ଗୋଡେଇ ପିଟିଥିବା ଘଟଣା ଲୋକଲୋଚନକୁ ଆସିଛି।

ସୂଚନା ଅନୁସାରେ ଅଭିଯୋଗ ସସ୍ମିତା ବେହେରା ନିଜ ଘରେ ଚାକରାଣୀ ଭାବେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଂଚଳରୁ ଜଣେ ୪ର୍ଥ ଶ୍ରେଣୀ ପଢୁଥିବା ନାବାଳିକା ଶିଶୁକୁ ଆଣି ନିଜ ଆବାସିକ ଘରେ ରଖିଥିଲେ। ନାବାଳିକା ଶିଶୁ ଜେଲରଙ୍କ ପିଲାଛୁଆ ଦେଖାରେଖା କରିବା, ବାସନ ମାଜିବା ତଥା ଘର ଓଳାଇବା କାମ କରୁଥିଲା।

ନାବାଳିକାର ହାତରୁ ବୁଧବାର ରାତି ଭୁଲ ବଶତଃ ତରକାରୀ ଖସି ଯାଇଥିଲା। ଏଥିରୁ କିଛି ପରିମାଣରେ ଜେଲରଙ୍କ ନିଜ ଛୁଆ ମୁହଁରେ ପଡ଼ିଯାଇଥିଲା। ଫଲରେ ସସ୍ମିତା ବେହେରା ଉତ୍ତେଜିତ ହୋଇ ଯାଇଥିଲେ। ସେ ପିଲାଟିକୁ ମାଡ ମାରିବାରୁ ନାବାଳିକା ଘରୁ ଦୌଡ଼ି ପଳାଇଥିଲା। ଏପରିକି ପିଲାଟିକୁ ପିଟିବା ପାଇଁ ସସ୍ମିତା ଜେଲ କଲୋନିରୁ ଜେଲ ଛକ ପର୍ଯ୍ୟନ୍ତ ଗୋଡେଇ ଥିଲେ। ଏହାରି ମଧ୍ୟରେ ସ୍ଥାନୀୟ ଲୋକେ ନିର୍ଯ୍ୟାତିତ ଶିଶୁକୁ ଉଦ୍ଧାର କରି ଆଜି ଧନୁପାଲି ଥାନାକୁ ହସ୍ତାନ୍ତର କରିଛନ୍ତି। ଥାନା ପକ୍ଷରୁ ନାବାଳିକାକୁ ଚାଇଲଡଲାଇନକୁ ହସ୍ତାନ୍ତର କରାଯାଇଛି। ଘଟଣା ନେଇ ଉଦ୍ଧାର କରିଥିବା ଲେକେ ଏବଂ ଚାଇଲଡଲାଇନ ପକ୍ଷରୁ ଜେଲରଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe