ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିଙ୍କ ଜେଏସ୍‌ପି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ପରିଦର୍ଶନ

ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିଙ୍କ ଜେଏସ୍‌ପି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ପରିଦର୍ଶନ

Realty Plus Magazine

ଅନୁଗୁଳ/ଭୁବନେଶ୍ୱର: ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଶନିବାର ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଛନ୍ତି। ଜେଏସପିର ପରିଚାଳନା ନିର୍ଦ୍ଦେଶକ ଭିଆର୍ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ସିଜିପିର ବିଭିନ୍ନ ବୈଶିଷ୍ଟ୍ୟ ଏବଂ ସିନ୍ଥେସିସ୍ ଗ୍ୟାସ୍ ଉତ୍ପାଦନ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ। ସିଜିପିର –ଡିଆରଆଇ ରୁଟ୍‌ ମାଧ୍ୟମରେ ଇସ୍ପାତ ଉତ୍ପାଦନ କରିବାରେ ଜେଏସପି ହେଉଛି ବିଶ୍ୱର ପ୍ରଥମ ଇସ୍ପାତ ନିର୍ମାତା।

ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଖଣିଜ କଂଗ୍ରେସର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି ଯେ କୋଇଲା ଗ୍ୟାସିଫିକେସନ୍ ହେଉଛି କୋଇଲାର ଭବିଷ୍ୟତ। ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ କୋଇଲା ଗ୍ୟାସ ଟେକ୍ନୋଲୋଜିର ଲାଭ ଉପରେ ଶ୍ରୀ ଜିନ୍ଦଲ ଆଲୋକପାତ କରିଥିଲେ। କୋଇଲା ଗ୍ୟାସିଫିକେସନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ କୋଇଲା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ। ସିନ୍ଥେସିସ୍ ଗ୍ୟାସ୍ ବ୍ୟବହାର କରି ଇସ୍ପାତ ତିଆରି ପ୍ରଯୁକ୍ତିବିଦ୍ୟା ପାଇଁ ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧିମାନେ ଜେଏସ୍‌ପିକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe