Odisha Bytes
ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ ପରିସରରେ ସୋମବାର କାର୍ଯ୍ୟରତ ୨ ଆର୍ପିଏଫ୍ କର୍ମଚାରୀଙ୍କ ପାଇଁ ଜଣେ ମହିଳା ଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମହିଳା ଜଣକ ହେଉଛନ୍ତି ଝାରସୁଗୁଡ଼ାର ଇନ୍ଦୁମତୀ ପଣ୍ଡା।
ସୂଚନା ଅନୁସାରେ, ଶ୍ରୀମତୀ ପଣ୍ଡା ଆଜି ଟ୍ରେନ୍ ନଂ ୧୩୨୮୮ ସାଉଥ୍ବିହାର ଏକ୍ସପ୍ରେସ୍ ଯୋଗେ ଦେଓଘରରୁ ଝାରସୁଗୁଡ଼ା ଫେରୁଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ଟ୍ରେନ୍ଟି ୧ ନଂ ପ୍ଲାଟ୍ଫର୍ମ ଲାଗୁଥିଲା। ତେବେ ଟ୍ରେନଟି ରହିବା ପୂର୍ବରୁ ଇନ୍ଦୁମତୀ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଫଳରେ ସେ ଟ୍ରାକ୍ ଭିତରକୁ ଗଳି ପଡ଼ିଥିଲେ। ଏହି ସମୟରେ ସାଦା ପୋଷାକରେ କାର୍ଯ୍ୟରତ ଥିବା ଆର୍ପିଏଫ୍ ଏଏସ୍ଆଇ ଦୁଧନାଥ ରାୟ ଓ ହେଡ୍ କନେଷ୍ଟବଳ ଦିଲ୍ଲୀପ କୁମାର ତୁରନ୍ତ ତାଙ୍କୁ ବାହାରକୁ ଟାଣି ଆଣିବାରୁ ଅଳ୍ପକେ ତାଙ୍କ ଜୀବନ ବର୍ତ୍ତି ଯାଇଥିଲା।
Follow Us