PNGkit
କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ବରଗାଁ ପଞ୍ଚାୟତ ସୌରୀ ବେଙ୍ଗେସ ଗ୍ରାମରେ ଛାତରୁ ପଡ଼ି ବିବତ୍ସ ଭୋଇ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବିବତ୍ସ ପ୍ରବଳ ଗରମ ଯୋଗୁଁ ଘର ଛାତ ଉପରେ ଶୋଇଥିଲେ। ରାତିରେ ଅସାବଧାନତାବଶତଃ ଛାତରୁ ତଳକୁ ଖସି ପଡ଼ିଥିଲେ।
ପରିବାର ଲୋକେ ବୁଧବାର ସକାଳେ ତା’ଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତା’ଙ୍କୁ ମୃତ ଘୋଷଣା କରିଥିଲେ। କଣ୍ଟାମାଳ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କଣ୍ଟାମାଳ ପୁଲିସ ପକ୍ଷରୁ ସୂଚନା ମିଳିଛି।
Follow Us