ଗାଡ଼ି ଧକ୍କାରେ ଯୁବକ ମୃତ

ଦୁର୍ଘଟଣାରେ ଜଣେ ମୃତ

ନୂଆପଡ଼ା: ନୂଆପଡ଼ା ଥାନା ସାହିପଲା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଯୁବକ ଝାଞ୍ଜିମୁଣ୍ଡା ଗ୍ରାମ ହୀରାଲାଲ ମାଝୀ (୨୮) ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଆଜି ଅପରାହ୍ନରେ ବିଜୁ ଏକ୍ସପ୍ରେସ୍‌ୱେର ସାହିପଲା ଗାଁ ନିକଟରେ ଝାଞ୍ଜିମୁଣ୍ଡା ଗାଁର ହୀରାଲାଲ ରାସ୍ତା ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଖବର ପାଇ ନୂଆପଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହୀରାଲାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ହୀରାଲାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe