ଆହାର କେନ୍ଦ୍ର ଦାୟିତ୍ବ ନେଲେ ମହିଳା ଏସ୍ଏସଜି

Advertisment
ଆହାର କେନ୍ଦ୍ର ଦାୟିତ୍ବ ନେଲେ ମହିଳା ଏସ୍ଏସଜି

ଭଞ୍ଜନଗର: କରୋନା କଟକଣା ପାଇଁ ଗତ ମାର୍ଚ୍ଚ ମାସରୁ ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିଲା। କଟକଣା କୋହଳ ହେବା ପରଠାରୁ ସହରକୁ ଲୋକ ଆସିବା ବଢିଥିବା ବେଳେ ଆହାରକେନ୍ଦ୍ର ବନ୍ଦ ଯୋଗୁଁ ସୁଲଭ ମୂଲ୍ୟରେ ଖାଇବା ପାଇବାରୁ ଗରିବ ଅସହାୟ ଲୋକମାନେ ବଞ୍ଚିତ ରହିଥିଲେ।

ଦୀର୍ଘଦିନ ଧରି କରୋନା ପାଇଁ ବନ୍ଦ ରହିଥିବା ଆହାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ ସରକାର ନିଷ୍ପତି ନେଇ ଆହାର କେନ୍ଦ୍ରଗୁଡ଼ିକୁ ଖୋଲିଛନ୍ତି। ଆହାର କେନ୍ଦ୍ର ଖୋଲିବା ପରେ ଏହାର ଦାୟିତ୍ବ ନେଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଆହାର କେନ୍ଦ୍ରଗୁଡ଼ିକ ମାନା ଟ୍ରଷ୍ଟ ଆନୁକୂଲ୍ୟରେ ପରିଚାଳିତ ହେଉଥିବା ବେଳେ ଏଥିର ଆହାର କେନ୍ଦ୍ର ପରିଚାଳନା କରିବା ପାଇଁ ଟ୍ରଷ୍ଟ ପକ୍ଷରୁ କିଛି ଯୁବକଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ଆହାର କେନ୍ଦ୍ରଗୁଡ଼ିକ ପରିଚାଳନା ପାଇଁ ଆହାର କେନ୍ଦ୍ର ଦାୟିତ୍ବ ନେଲେ ମହିଳା ଏସ୍ଏସଜି ମହିଳାମାନଙ୍କୁ ନିୟୋଜିତ କରିବା ନେଇ ପଦକ୍ଷେପ ନେଇଛନ୍ତି।

ପୂର୍ବରୁ ବିଭିନ୍ନ ଏନ୍ଏସି ଅଞ୍ଚଳରେ ଥିବା ଏସ୍ଏସଜିମାନଙ୍କୁ ଚୟନ କରି ଏନ୍ଏସି ସହ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଥିଲା। ଏଥିସହ ଆହାର କେନ୍ଦ୍ର ପରିଚାଳନା କରିବା ନେଇ ତାଲିମ ପ୍ରଦାନ କରାଯାଇଥିଲା। ଏହାପରେ ଆଜି ଆହାର କେନ୍ଦ୍ରଗୁଡ଼ିକ ଖୋଲିବା ପରେ ମହିଳାମାନେ ଟିକଟ କାଟିବା ସଫେଇ କରିବା ଓ ଖାଦ୍ୟ ପ୍ରଦାନ କରିବା ଆଦି କାମ କରିଛନ୍ତି।

ଭଞ୍ଜନଗର ଆହାର କେନ୍ଦ୍ର ଡାକ୍ତରଖାନା ପରିସରରେ ଥିବା ଯୋଗୁଁ ଲକଡାଉନ ସମୟରେ ମଧ୍ୟ ଏହାକୁ ଖୋଲା ରଖାଯାଇଥିଲା। ଏଠାରେ ପ୍ରତ୍ୟେକ ଦିନ ଦିନରେ ୫୦୦ ଜଣଙ୍କ ପାଇଁ ଏବଂ ରାତିରେ ୧୫୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଆଜି ଠାରୁ ଭଞ୍ଜନଗରର ଅର୍ପିତା ଏସ୍ଏସଜି ମହିଳା ଗ୍ରୁପ୍ ଏହି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ଗ୍ରହଣ କରିଛି।

ଏଥିସହ ଆହାର କେନ୍ଦ୍ର ନିକଟରେ ସେଣ୍ଟ୍ରାଲ୍ କିଚେନ୍ ରହିଥିବାରୁ ଏଠାରେ ରୋଷେଇ କରି ସୋରଡ଼ା, ବେଲଗୁଣ୍ଠା, ବୁଗୁଡା ଠାରେ ଥିବା ଆହାର କେନ୍ଦ୍ରକୁ ପଠାଯାଉଛି। ଏହି ସମସ୍ତ ଆହାର କେନ୍ଦ୍ରଗୁଡ଼ିକରେ କେବଳ ଦିନରେ ଖାଇବା ଦିଆଯାଉଥିବା ଜଣାପଡିଛି। ଆଜି ସୋରଡ଼ା ଓ ବେଲଗୁଣ୍ଠାକୁ ୧୫୦ ଜଣଙ୍କ ପାଇଁ ରନ୍ଧାଖାଦ୍ୟ ପଠାଯାଇଥିବା ବେଳେ ବୁଗୁଡା ଆହାର କେନ୍ଦ୍ରକୁ ୧୦୦ ଜଣଙ୍କ ପାଇଁ ରନ୍ଧା ଖାଦ୍ୟ ପଠାଯାଇଛି। ସୋରଡ଼ା ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବ ଜୟ ଶ୍ରୀ ରାମ ଏସ୍ଏସଜି ଗ୍ରୁପ୍ ନେଇଥିବା କନିଷ୍ଠ ଯନ୍ତ୍ରୀ ଇଂ ସତ୍ୟ ନାରାୟଣ ସାହୁ ପ୍ରକାଶ କରିଛନ୍ତି। ସେହିପରି ବୁଗୁଡା ଆହର କେନ୍ଦ୍ର ଦାୟିତ୍ବ ମହାବୀର ଏସ୍ଏସଜି ଗ୍ରୁପ୍ ନେଇଥିବା ବେଲେ ବେନଲଗୁଣ୍ଠାରେ କେଦାର ଗୌରୀ ଏସ୍ଏସଜି ଗ୍ରୁପ୍ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ସମସ୍ତ ଆହାର କେନ୍ଦ୍ରରେ ଟିକଟ କାଟିବା, ଖାଇବା ପ୍ରଦାନ କରିବା ଓ ସଫେଇ କରିବା କାର୍ଯ୍ୟ କରିବେ ବୋଲି ଜଣାପଡିଛି।

କେବଳ ରୋଷେଇ ଏବଂ ପରିଚାଳକଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ମହିଳାମାନେ କରିବେ ବୋଲି ଜଣାପଡିଛି। ଏସ୍ଏସଜି ଗ୍ରୁପ୍ ମହିଳାମାନେ ଦାୟିତ୍ବ ନେବା ଫଳରେ ଏଠାରେ ପୂର୍ବରୁ କାମ କରୁଥିବା କର୍ମଚାରୀମାନେ ସେମାନଙ୍କ ରୋଜଗାର ହରାଇଛନ୍ତି।

ପୂର୍ବରୁ ଆହାର କେନ୍ଦ୍ର କର୍ମଚାରୀମାନେ ମହିଳା ଏସ୍ଏଚଜିଙ୍କୁ ଦାୟିତ୍ବ ଦେବା ପୂର୍ବରୁ ସେମାନଙ୍କୁ ରୋଜଗାରା ପାଇଁ ବିକଳ୍ପ ପନ୍ଥା ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି ମଧ୍ୟ ଜଣାଇଥିଲେ। କିନ୍ତୁ ଆଜି ଆହାର କେନ୍ଦ୍ର ଖୋଲିବା ପରେ ପୁରୁଣା କର୍ମଚାରୀଙ୍କ ବଦଳରେ ମହିଳା ଏସ୍ଏସଜିମାନେ ଆହାର କେନ୍ଦ୍ରରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe