ଆମ ଓଡିଶା ତରଫରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ

Advertisment
ଆମ ଓଡିଶା ତରଫରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ

Sambad

ରାୟଗଡା: ଆମ ଓଡିଶା ତରଫରୁ ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଏବଂ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ରାୟଗଡା ସହରର ବିଭିନ୍ନ ବିଦ୍ୟାଳୟରୁ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ତିନୋଟି ପରୀକ୍ଷାରେ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିବେକାନନ୍ଦ ବିଦ୍ୟା ମନ୍ଦିରର ୫ମ ଶ୍ରେଣୀ ଛାତ୍ର ରୋହୀତ କୁମାର ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦୀପ୍ତି କନଭେଣ୍ଟ ସ୍କୁଲର ୫ମ ଶ୍ରେଣୀ ଛାତ୍ରୀ ସମୃଦ୍ଧି ସୌମ୍ୟା ମହାପାତ୍ର ଦ୍ବିତୀୟ ଏବଂ ସେଣ୍ଟ ଜାଭିୟର ବିଦ୍ୟାଳୟର ପି. କିରଣମୟୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ଦୀପ୍ତି କନଭେଣ୍ଟ ସ୍କୁଲର ଆକାଂଶା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରକାରୀ ବାଳିକା ବିଦ୍ୟାଳୟର ରୋଚିତା ମେଲକା ଦ୍ବିତୀୟ ଏବଂ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର ଚାନ୍ଦିନୀ ଜାନି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭାଷାଜ୍ଞାନ ପରୀକ୍ଷାରେ ବିବେକାନନ୍ଦ ବିଦ୍ୟା ମନ୍ଦିର ୧୦ମ ଶ୍ରେଣୀ ଛାତ୍ରୀ ମାନ୍ୟତା ପରିହାରି ପ୍ରଥମ, ଦେବଶ୍ରୀ ଜେନା ଦ୍ବିତୀୟ ଏବଂ ଝରଣାମୟୀ ହାଲବା ତୃତୀୟ ସ୍ଥାନ ଅଧିକାର କରିଥିଲେ।

publive-image Sambad

ଏହି ପରୀକ୍ଷାରେ ବିଚାରକ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟଦେବ ସିଠ, ରାଜକିଶୋର ସାହୁ, ବିଜୟ ଚୌଧୁରୀ ଏବଂ ମାୟାଧର ପାଢୀ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଜୟ ଚୌଧୁରୀ, ସୁବ୍ରତ ଚୌଧୁରୀ, ସ୍ମୃତି ରଂଜନ ମହାନ୍ତି, ଶିବ ନାରାୟଣ ଗୌଡ, ମୃତ୍ୟୁଞ୍ଜୟ ନନ୍ଦ, ମାନସୀ ପଢିଆରୀ, ତ୍ରିବେଣୀ ମିଶ୍ର, ଧୀରେନ୍ଦ୍ର ମିଶ୍ର, ସୁଜାତା ପାଢୀ, ଗିରିଜାବାଳା ପଣ୍ଡା, ସାବିତ୍ରୀ ସେଠୀ, ସ୍ବପ୍ନା ଗୌଡ, ହୃଷିକେଶ ପାତ୍ର, କୈଳାଶ ନିମିଏକା, ଦିଲ୍ଳୀପ ପ୍ରଧାନ, ସରୋଜ ବାଲା ଦାସ। ଏହି କାର୍ଯ୍ୟକ୍ରମକୁ ଆମ ଓଡିଶାର ସଂଯୋଜକ ତଥା ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର କୁମାର ପରିଛା ପରିଚାଳନା କରିଥିଲେ। ଶାନ୍ତିଶୃଙ୍ଖଳାରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବାରୁ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ପ୍ରଧାନ ଶିକ୍ଷକ ବିଜୟ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe