Sambad
ଜଗତସିଂହପୁର: ଏଥର ପାରାଦୀପରେ ପୌର ପରିଷଦ ନିର୍ବାଚନ ରୋଚକ ହେବାକୁ ଯାଉଛି। ଏକପାଖିଆ ନିର୍ବାଚନ ଜିତୁଥିବା ଶାସକ ବିଜେଡିକୁ ଚେକ୍ ଦେଉଛି ଏଥର ନୂଆ ଜୋସ୍ରେ ଉଭା ହୋଇଥିବା ବାପି ସର୍ଖେଲଙ୍କ ‘ଆମ ପାରାଦୀପ ଆମ ପ୍ରଗିତ ସଂଗଠନ’। ଏହି ସଂଗଠନର ସ୍ବାଧୀନ ପ୍ରାର୍ଥୀମାନେ ଶାସକ ଦଳକୁ ସବୁଠି ଅଡ଼ୁଆରେ ପକାଇଛନ୍ତି। ସଂଗଠନର କାମଣ୍ଡର୍ ବାପି ପାରାଦୀପ ଛାଡୁନାହାନ୍ତି। ରାତିଦିନ ଏକକାର କରି ନିଜ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଘରକୁ ଘର ବୁଲି ଲୋକଙ୍କୁ ଭେଟୁଛନ୍ତି। ତେଣୁ ଏଥର ପୌର ନିର୍ବାଚନରେ ଭଲ ପ୍ରଦର୍ଶନକୁ କରିବ ବୋଲି ସେ ବେଶ ଆଶାବାଦୀ। ଆଜି ଶ୍ରୀ ସର୍ଖେଲ ୫ ନଂ ୱାର୍ଡର ପ୍ରାର୍ଥୀ ସ୍ବପ୍ନାରାଣୀ ଜେନାଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ପ୍ରାର୍ଥୀଙ୍କ ପାଇଁ ପଥପ୍ରାନ୍ତ ସଭାରେ ଯୋଗଦେଇ ଅପାରଗ ସ୍ଥାନୀୟ ପୌର ପ୍ରଶାସନକୁ ସିଧା ସଳଖ ଟାର୍ଗେଟ କରି କହିଛନ୍ତି ବିଲେଇ ଲୁଚି ଲୁଚି କ୍ଷୀର ପିଉଛି, ଭାବୁଚି କେହି ଦେଖୁନାହାନ୍ତି। ଏମିତି ଢଙ୍ଗରେ ସେ ବିରୋଧୀଙ୍କୁ ନିଶାନ କରିଛନ୍ତି। ଏପରିକି ପାରାଦୀପ ପୌର ପରିଷଦରେ ହୋଇଥିବା ବଡ଼ ଧରଣର ଦୁର୍ନୀତିକୁ ସେ ଖୁବଶୀଘ୍ର ପର୍ଦାଫାସ କରିବେ ବୋଲି ଚେତାବନୀ ଦେଇଛନ୍ତି। ତାଙ୍କ କାଉନସିଲ ଏଥର ନିର୍ବାଚିତ ହେଲେ ସବୁ କଥା ସାମ୍ନାକୁ ଆସିଯିବ।
Worldorgs.comରାଜ୍ୟର ଅନ୍ୟତମ ଧନୀ ପୌର ପରିଷଦ ପାରାଦୀପରେ ଟଙ୍କା ଖର୍ଚ୍ଚ କରି ପାରୁନାହିଁ। ଅନ୍ୟ ପୌର ପରିଷଦଠାରୁ ଏମାନଙ୍କ ଖର୍ଚ୍ଚ ହାର ଯଥେଷ୍ଟ କମ ଥିବା ନେଇ ଅଡିଟ୍ ରିପୋର୍ଟ ସ୍ପଷ୍ଟ କରିଛି। ଗତ ୨୦୨୦ ଲୋକାଲ ଫଣ୍ଡ୍ ଅଡିଟରେ ହୋଇଥିବା ଅନିୟମିତତା ଅତୀତରେ ପୌର ପରିଷଦକୁ କବ୍ଜା କରି ରଖିଥିବା ନେତାଙ୍କ ସେ ଗୁମର ଖୋଲିବେ ବୋଲି କହିଛନ୍ତି। ବିଭିନ୍ନ ଯୋଜନାରେ ଆସୁଥିବା ପାଣ୍ଠି ବିନିଯୋଗ ହୋଇପାରିନାହିଁ। ପାରାଦୀପ ପୌର ପରିଷଦ ଲୋକଙ୍କ ଉନ୍ନୟନ ପାଇଁ ଆସିଥିବା ଟଙ୍କାକୁ ବ୍ୟାଙ୍କରେ ରଖି ସୁଧରେ ଖୁସି ମନାଉଛନ୍ତି। ଏମିତିକି ସୁଧ ଟଙ୍କାରେ ଅଧିକାରୀମାନେ ଅୟସ କରିଛନ୍ତି। ଏଣେ ବିଭିନ୍ନ ଯୋଜନାରେ ଆସୁଥିବା ପାଣ୍ଠି ବିନିଯୋଗ ହାରରେ ଅନ୍ୟ ପୌର ପରିଷଦଠାରୁ ପାରାଦୀପ ପଛରେ ରହିଛି। ଏଠାରେ ପାଂଠି ବିନିଯୋଗ ହାର ମାତ୍ର ୧୭ ପ୍ରତିଶତ ରହିଛି। ସେ ଏ କଥା ସେ ମନରୁ କହୁନାହାନ୍ତି ଖୋଦ୍ ସରକାରଙ୍କ ଅଡିଟ ରିପୋର୍ଟରେ ଏହା ଉଲ୍ଲେଖ ଅଛି। ସବୁ କାମରେ ଅନିୟମିତତା ହୋଇଛି। ଭୋଟରମାନେ ଏ କଥାକୁ ବୁଝିଲେଣି। ଏଥର ପରିବର୍ତ୍ତନର ଆଭାସ ମିଳିଲାଣି।
Bapi Sarkhelଭୋଟରମାନେ ‘ଆମ ପାରାଦୀପ ଆମ ପ୍ରଗତିର ସମର୍ଥିତ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ବାପି ନିବେଦନ କରିଛନ୍ତି। ପାରାଦୀପରେ ନବ ନିର୍ମାଣ ଯୁଗର ଆରମ୍ଭ କରିବାକୁ ସେ ଆହ୍ବାନ ଦେଇଥିଲେ। ୱାର୍ଡରେ ଥିବା ସମସ୍ୟାର ସମାଧାନ ପାଇଁ ସେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ବାଲିଝରାରେ ବାପିଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ବାପି ତାଙ୍କର ସଂଗଠନର ମୂଳଦୁଆ ଏହି ବସ୍ତିରୁ ହିଁ ଆରମ୍ଭ କରିଥିଲେ। ଏଠାରେ ହିଁ ସେ ସ୍ବାଧୀନ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲେ। ଏହି ୱାର୍ଡକୁ ଦଖଲ କରିବାକୁ ସେ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଯେଉଁପରି ଭାବେ ଲୋକମାନଙ୍କ ସମାଗମ ହୋଇଛି ତାହା ବାପିଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିଛି। ବାପି ଏହି ୱାର୍ଡରୁ ପାରିଷଦ ହୋଇଥିବା ସ୍ବପ୍ନାରାଣୀ ଓ ଅଧ୍ୟକ୍ଷ ପ୍ରାର୍ଥୀ ଦେବବ୍ରତ ସାହୁଙ୍କୁ ଭୋଟ୍ ଦେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।
Follow Us